‘ଫେରନ୍ତା ସତର୍କ ରହିଲେ ସଂକ୍ରମଣ ହେବ ନାହିଁ’ : ବିମାନ, ରେଳରେ ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା ଅବଲମ୍ବନ କରିବେ ତେବେ ସଂକ୍ରମିତ ହେବେ ନାହିଁ। ଠିକ୍‌ ଭାବେ ସରକାରଙ୍କ ନିୟମ ମାନି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ ରହିଲେ ସଂକ୍ରମଣ ହ୍ରାସ ପାଇବ। ଅବଶ୍ୟ କିଛି ନୂଆ ପଜିଟିଭ୍‌ ମାମଲା ସାମ୍ନାକୁ ଆସିବ, କିନ୍ତୁ ସେମାନଙ୍କୁ ଚିକିତ୍ସା କରାଯାଇ ସୁସ୍ଥ କରିହେବ ବୋଲି ରାଜ୍ୟ ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି।
ଭୁବନେଶ୍ୱରରୁ ଏବେ ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ହୋଇଛି। ଏଠାରେ ହଜାର ହଜାର ପ୍ରବାସୀ ଓହ୍ଲାଇବେ। ତେଣୁ ପ୍ରମୁଖ ଶାସନ ସଚିବ ଗର୍ଗ ଗୁରୁବାର ଭିଡିଓ କନ୍‌ଫ୍ରେନ୍ସିଂରେ କମିଶନରେଟ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନରଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଭୁବନେଶ୍ୱରକୁ ବିମାନ ଓ ରେଳ ଦ୍ୱାରା ଫେରୁଥିବା ପ୍ରବାସୀଙ୍କ ପାଇଁ କେତେକ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବର୍ତ୍ତମାନ କେତେଜଣ ଫେରନ୍ତାଙ୍କୁ ବିଏମ୍‌ସି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିବା ସମୟରେ ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ସହ ବିରୋଧ କରାଯାଉଥିବା ନଜରକୁ ଆସିଛି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା ସମୟରେ କିଛି ସ୍ଥାନରେ ଆକ୍ରାନ୍ତ ତଥା ତାଙ୍କ ପରିବାର ସଦସ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯାଉଥିବା ଅଭିଯୋଗ ହେଉଛି। ତେଣୁ ଆଲୋଚନା ପରେ ବିଏମ୍‌ସି ପକ୍ଷରୁ ପରିବର୍ତ୍ତିତ ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ କରାଯାଇଛି। ଏନେଇ ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଫେରନ୍ତା ଓ ତାଙ୍କ ପରିବାର ସଦସ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ପଡୋଶୀ ସେମାନଙ୍କୁ ସହଯୋଗ କରିବା ପାଇଁ ବିଏମ୍‌ସି ଅନୁରୋଧ କରିଛି। ଯଦି କେହି ପଡ଼ୋଶୀ ସହଯୋଗ କରିବାକୁ ରାଜି ନ ହୁଅନ୍ତି, ତେବେ ଦୈନିକ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସୁଥିବା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କୁ ଆବଶ୍ୟକ ସାମଗ୍ରୀର ତାଲିକା ପ୍ରଦାନ କରିବାକୁ କୁହାଯାଇଛି। ସମ୍ପୃକ୍ତ ଅଙ୍ଗନଓ୍ବାଡି ଓ ଆଶାକର୍ମୀ ଉକ୍ତ ତାଲିକା ବିଏମ୍‌ସିକୁ ଦେବା ପରେ କ୍ୱାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘରେ ସାମଗ୍ରୀ ପହଞ୍ଚତ୍ବାର ବ୍ୟବସ୍ଥା କରାଯିବ। ନଚେତ୍‌ ସେମାନେ ବିଏମ୍‌ସିର ଅନ୍‌ଲାଇନ୍‌ ହୋମ୍‌ ଡେଲିଭରି ସୁବିଧାର ମଧ୍ୟ ଲାଭ ଉଠାଇପାରିବେ। ଅନ୍ୟପକ୍ଷରେ କେବଳ ବିଏମ୍‌ସି କର୍ତ୍ତୃପକ୍ଷ ନୁହନ୍ତି, କମିଶନରେଟ୍‌ ପୋଲିସ୍‌ର ବିଭିନ୍ନ ଥାନା କର୍ତ୍ତୃପକ୍ଷ ମଧ୍ୟ ଫେରନ୍ତା ପ୍ରବାସୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ରଖିପାରିବେ। ଏହାପରେ ପୋଲିସ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ଘର ନମ୍ବର ସହ ସମସ୍ତ ବିବରଣୀ ବିଏମ୍‌ସିକୁ ଦେବେ। ଏଥିସହ ଉକ୍ତ ଘର ସମ୍ମୁଖରେ ହୋମ୍‌ କ୍ୱାରାଣ୍ଟାଇନ ଷ୍ଟିକର ଲଗାଇବେ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri