Categories: ଜାତୀୟ

ଫେବୃୟାରୀ ୧ରେ କେନ୍ଦ୍ର ବଜେଟ: ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ

ନୂଆଦିଲ୍ଲୀ,୧୪ା୧୨ (ଆଇଏଏନ୍‌ଏସ୍‌): ୨୦୨୦-୨୧ ଆର୍ଥକ ବର୍ଷ ଲାଗି ଫେବୃୟାରୀ ୧ରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବ। ସେହିଭଳି ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ ଆଗତ କରାଯିବ। ୨୦୧୫-୧୬ ପରେ ପ୍ରଥମ ଥର ଲାଗି ଶନିବାର ବଜେଟ ଉପସ୍ଥାପନ କରାଯିବ। କେନ୍ଦ୍ର ସରକାର ପରମ୍ପରା ଅନୁଯାୟୀ କାର୍ଯ୍ୟ ଜାରି ରଖିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଶୁକ୍ରବାର କହିଛନ୍ତି। ପ୍ରକାଶଥାଉ କି, ୨୦୧୭-୧୮ର କେନ୍ଦ୍ର ବଜେଟ ଫେବୃୟାରୀ ୧ରେ ଆଗତ କରାଯାଇଥିଲା ଓ ସେବେଠାରୁ ଏହି ପରମ୍ପରା ଜାରି ରହିଛି।

Share