ଫୁସ୍‌ଫୁସ୍‌ କ୍ୟାନ୍‌ସର ଚିହ୍ନଟ କରିବ ସଫ୍ଟଓ୍ବେର

ଆଜିକାଲି କ୍ୟାନ୍‌ସରକୁ କିପରି ସହଜରେ ଚିହ୍ନଟ କରାଯାଇପାରିବ ସେ ନେଇ କ୍ୟାନ୍‌ସର ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି। ଏକ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛନ୍ତି ଲଣ୍ଡନ ୟୁନିଭର୍ସିଟିର କ୍ୟାନ୍‌ସର ବିଜ୍ଞାନୀମାନେ। ସେମାନେ ଦୀର୍ଘ ତିନିବର୍ଷ ଗବେଷଣାକରି ଏକ ସଫଓ୍ବେର ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ଫୁସ୍‌ଫୁସ୍‌ କ୍ୟାନ୍‌ସରକୁ ସହଜରେ ଚିହ୍ନଟ କରିହେବ ବୋଲି ସେମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଏହି ସଫ୍ଟଓ୍ବେର ଟୁଲ୍‌ ପ୍ରଣାଳୀରେ ଫୁସ୍‌ଫୁସ୍‌ କ୍ୟାନ୍‌ସର ଚିହ୍ନଟ କରିବା ଅତି ସହଜ ଏବଂ ପରୀକ୍ଷାମୂଳକ ଭାବରେ ଏଥିରୁ ସଫଳତା ମିଳିଛି ବୋଲି ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।