ଫୁଲ ବର୍ଷା କରିବ ବାୟୁସେନା ବିମାନ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧାଙ୍କ ଉତ୍ସାହ ବଢ଼ାଇବା ପାଇଁ ଭାରତୀୟ ସେନା ପକ୍ଷରୁ ‘ସାରେ ଜାହାଁ ସେ ଆଛା, ହିନ୍ଦୁସ୍ତାନ ହମାରା’ ନାମକ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆ ଶେୟାର କରାଯାଇଛି। ସେହିପରି ବାୟୁସେନା ପକ୍ଷରୁ ଶ୍ରୀନଗରରୁ ତ୍ରିଭେନ୍ଦମ୍‌ ଏବଂ ଦିବ୍ରୁଗଡ଼ଠାରୁ କଚ୍ଛ ମଧ୍ୟରେ ଫ୍ଲାଇପାଷ୍ଟ୍‌ କରାଯିବ। ଏହି ସମୟରେ ଏସବୁ ଅଞ୍ଚଳରେ ଥିବା କୋଭିଡ୍‌-୧୯ ହସ୍ପିଟାଲ ଉପରେ ବାୟୁସେନା ବିମାନରୁ ଫୁଲବର୍ଷା ହେବ। ଏହା ସହିତ ସେନା ପକ୍ଷରୁ କୋଭିଡ୍‌-୧୯ ହସ୍ପିଟାଲ ନିକଟରେ ବ୍ୟାଣ୍ଡ୍‌ ବଜାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Share