Categories: ଜାତୀୟ

ଫୁଲୁଛି ଗୋଦାବରୀ: ଛାତିଏ ପାଣିରେ ପବନସୁତ

ନାସିକ,୨୯।୭: ମହାରାଷ୍ଟ୍ରରେ ବନ୍ୟାର ବିତ୍ପାତ ଦେଖିବାକୁ ମିଳିଛି। ବନ୍ୟା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଥିବା ବେଳେ ନାସିକରେ ଗୋଦାବରୀ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ବେଳକୁ ବେଳ ଗୋଦାବରୀର ଛାତି ଫୁଲୁଥିବା ବେଳେ ଏହା ନିକଟରେ ଥିବା ଜନବସତି ଜଳାର୍ଣ୍ଣବ ହୋଇଯାଇଛି। ନଦୀରେ ଆସିଥିବା ବନ୍ୟା ଫଳରେ ସେଠାରେ ଥିବା ହନୁମାନ ମୂର୍ତ୍ତି, ଶିବ ମନ୍ଦିର ଓ କିଛି ଘର ବୁଡ଼ିଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ବହୁ ସହରରେ ପ୍ରବଳ ବର୍ଷା ହୋଇଥିବାରୁ ବହୁ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଟ୍ରାକ୍‌ରେ ପାଣିରେ ଭର୍ତ୍ତି ହୋଇଯାଇଥିବାରୁ ଟ୍ରେନ ଯାତାୟତ ପ୍ରଭାବିତ ହୋଇଥିବା ବେଳେ ବିମାନ ଉଡାଣକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ୭ଟି ବିମାନର ଉଡାଣକୁ ବାତିଲ କରାଯାଇଥିବା ବେଳେ ୮ରୁ ୯ଟିକୁ ଡାଇଭର୍ଟ କରାଯାଇଥିଲା।

Share