ଫୁଲବାଣୀ ଅଫିସ, ୨୨ା୧୨- ଫୁଲବାଣୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କଲୋନୀରେ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ନିଜ ଜିନିଷପତ୍ର ନେଇ ଯିବା ପାଇଁ ବିଡିଓ ଜବରଦଖଲକାରୀଙ୍କୁ କହିବା ପରେ ସେମାନେ ଏଥିରେ ରାଜି ହୋଇଥିଲେ। ସୂଚନା ଅନୁଯାୟୀ, ବ୍ଲକ କଲୋନୀରେ ସରକାରୀ କ୍ୱାଟର୍ସ ରହିଛି। ବହୁବର୍ଷ ହେବ କ୍ୱାର୍ଟର ପଛପଟେ ୬ଟି ପରିବାର ଜବରଦଖଲ କରି ରହୁଥିଲେ। ଏ ନେଇ ବାରମ୍ବାର ଅଭିଯୋଗପରେ ତହସିଲଦାର ଏବଂ ବିଡିଓ ପୋଲିସ ସହ ଶନିବାର ଯାଇ ଜବରଦଖଲକାରୀଙ୍କୁ ବୁଝାସୁଝା କରିବାରୁ ସେମାନେ ଚାଲି ଯାଇଥିଲେ। ଏ ନେଇ ବିଡିଓ ସୁବ୍ରତ କୁମାର ଜେନା କୁହନ୍ତି, ଆମେ ଜବରଦଖଲ ଉଚ୍ଛେଦ କରିଛୁ। ସେମାନଙ୍କୁ ତହସିଲଦାର ଥଇଥାନ ପାଇଁ ସ୍ଥାନ ଦେଇଛନ୍ତି। ଯେଉଁମାନଙ୍କ ଜାଗା ନାହିଁ, ଭୂମିହୀନ ଥଇଥାନ ଯୋଜନାରେ ସାମିଲ କରାଯିବ। ଉଚ୍ଛେଦବେଳେ ତହସିଲଦାର ଆଲୋକ ପ୍ରଧାନ, ଥାନାଧିକାରୀ ନରେଶ ସାହୁ ସଦଳବଳ ଉପସ୍ଥିତ ଥିଲେ।
ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…
ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...
ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ
ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...
ଗୁଗଲ ମ୍ୟାପ୍ ଦେଖି ଟ୍ରକ୍ ଚଳାଉଥିଲେ ଡ୍ରାଇଭର୍: ହଠାତ୍ ଘଟିଗଲା…
ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...
ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା
ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...
ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…
କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା...
ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼
ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...
ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି
ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...
ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି
ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...
Archives


