ଫିଲ୍ମ ‘୮୩’ରେ ସୟଦ କିର୍ମାନୀଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହେଉଛି ଫିଲ୍ମ ‘୮୩’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂହ। ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ କଳାକାରଙ୍କୁ ନାମ ସାମ୍ନାକୁ ଆସିବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଉଇକେଟ ରକ୍ଷକ ସୟଦ କିର୍ମାନୀଙ୍କ ଚରିତ୍ରର ପ୍ରଥମ ଲୁକ ସାମ୍ନାକୁ ଆସିଛି। ପୋଷ୍ଟରରେ ୟୁଟ୍ୟୁବ ଷ୍ଟାର ସାହିଲ ଖଟ୍ଟରଙ୍କୁ କିରମାନିଙ୍କ ଭୂମିକାରେ ଦେଖିବାକୁ ମିଳିଛି। ସାହିଲଙ୍କ ଲୁକ୍କୁ ଚଳଚ୍ଚିତ୍ରର ଅଫିସିଆଲ ପେଜରେ ରିଲିଜ କରାଯାଇଛି। କବୀର ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘୮୩’ରୁ ଲୋକପ୍ରିୟ ଭାରତୀୟ କ୍ରିକେଟ ଅଲ ରାଉଣ୍ଡର ରୋଜର ବିନ୍ନୀଙ୍କ ଭୂମିକାରେ ଅଭିନେତା ନିଶାନ୍ତ ଦହିୟାଙ୍କ ପ୍ରଥମ ଲୁକ ନିକଟରେ ସାମ୍ନାକୁ ଆସିଛି। ପୋଷ୍ଟରରେ ନିଶାନ୍ତ ଅବିକଳ ରୋଜରଙ୍କ ଭଳି ଦେଖାଯାଉଛନ୍ତି। ‘୮୩’ ଚଳଚ୍ଚିତ୍ର ୧୯୮୩ରେ କ୍ରିକେଟ ବିଶ୍ୱକପ୍ରେ ଭାରତର ବିଜୟ ଉପରେ ଆଧାରିତ। ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କୁ କପିଲ ଦେବଙ୍କ ସ୍ତ୍ରୀ ରୋମିଙ୍କ ଚରିତ୍ରରେ ନଜର ଆସିବେ।

Share