ଫିଲ୍ମ ‘ଡିଡିଏଲ୍‌ଜେ’କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶଂସା: ଏହାର ପାର୍ଟ-୨ କରିବାକୁ ଶାହାରୁଖ୍‌ଙ୍କୁ ପରାମର୍ଶ ଦେଲେ ଗୌରୀ

ଏହି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ସେ ଭାଷଣ ଦେବା ଅବସରରେ ବଲିଉଡ୍‌ର ଆଇକନିକ୍‌ ଫିଲ୍ମ ‘ଦିଲ୍‌ ଓ୍ବାଲେ ଦୁଲ୍‌ହନିୟା ଲେ ଯାଏଙ୍ଗେ’ ଉପରେ ଆଲୋଚନା କରିଥିଲେ। ଡୋନାଲ୍ଡଙ୍କ ମୁହଁରେ ଏହି ଫିଲ୍ମର ପ୍ରଶଂସା ଶୁଣି ଶାହାରୁଖ୍‌ଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଥିଲେ। ଟ୍ରମ୍ପଙ୍କ ଏହି ଭାଷଣ ପରେ ସ୍ତ୍ରୀ ଗୌରୀ ଶାହାରୁଖ୍‌ଙ୍କୁ ଏକ ପରାମର୍ଶ ଦେଇଛନ୍ତି। ଶାହାରୁଖ୍‌ଙ୍କୁ ‘ଡିଡିଏଲ୍‌ଜେ-୨’ କରିବା ଉଚିତ୍‌: ବୋଲି ଗୌରୀ କହିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ଫିଲ୍ମ ଉପରେ ଚର୍ଚ୍ଚା କରିବାକୁ ନେଇ ଗୌରୀଙ୍କୁ ପଚରାଯିବାରୁ ସେ କହନ୍ତି, ୧୯୯୫ରେ ରିଲିଜ୍‌ ହୋଇଥିବା ଏହି ସୁପରହିଟ୍‌ ଫିଲ୍ମର ଦ୍ୱିତୀୟ ପାର୍ଟ କରିବା କଥା। ‘ଡିଡିଏଲ୍‌ଜେ’ର ନିର୍ଦ୍ଦେଶକ-ପ୍ରଯୋଜକଙ୍କୁ ଏହାର ଦ୍ୱିତୀୟ ପାର୍ଟ କରିବା ପାଇଁ ମୁଁ କହିବି। ଯାହା ଫଳରେ ସାରା ବିଶ୍ୱରୁ ଯେଉଁ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ଭାରତ ଆସିବେ ଏହି ଫିଲ୍ମ ଉପରେ ନିଶ୍ଚିତ ଚର୍ଚ୍ଚା କରିବେ।

Share