ଫିଲ୍ମ ‘ଛପାକ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍‌ ୧୯ ସେକେଣ୍ଡର ହୋଇଥିବା ବେଳେ ଏଥିରେ ଦୀପିକାକୁ ଆଦୌ ଚିହ୍ନି ହେଉନି। ଟ୍ରେଲରର ପ୍ରଥମରୁ ଦୀପିକାଙ୍କ ଦମ୍‌ଦାର ଡାଇଲଗ୍‌ ଶୁଣିବାକୁ ମିଳିଛି। ଏସିଡ୍‌ ଆଟାକ୍‌ ସର୍ଭାଇଭର ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନିକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏହି ଘଟଣା ୨୦୦୫ରେ ଘଟିଥିଲା। ଉକ୍ତ ଫିଲ୍ମରେ ଦୀପିକା ମାଳତି ନାମକ ଜଣେ ସାଧାରଣ ଯୁବତୀଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମରେ ଦୀପିକାଙ୍କ ବିପକ୍ଷରେ ବିକ୍ରାନ୍ତ ମେସି ଜଣେ ଖବରଦାତା ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦୁହେଁ ଏକାସାଙ୍ଗରେ ସ୍କ୍ରିନ୍‌ ଶେୟାର କରିଛନ୍ତି। ତେବେ ଦମ୍‌ଦାର ଟ୍ରେଲରକୁ ପ୍ରଶଂସକଙ୍କ ଭଲ ରେସପନ୍ସ ମିଳିଥିବା ବେଳେ ଏହାକୁ ଦେଖିବା ପରେ ଦର୍ଶକେ ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୦ ଜାନୁୟାରୀ ୧୦ରେ ପରଦାକୁ ଆସିବ।

Share