ଫିଲ୍ମରେ ଖଳନାୟକ ସାଜି ଦର୍ଶକଙ୍କୁ ଡରାଉଥିବା ପ୍ରେମ୍‌ ନିଜେ ଡରନ୍ତି ଭୂତକୁ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ଅଭିନୟକରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଳାକାର ହେଉଛନ୍ତି ପ୍ରେମ୍‌ ଚୋପ୍ରା। ୧୯୬୦ ମସିହାରେ ପଞ୍ଜାବୀ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ପ୍ରେମ୍‌ କିନ୍ତୁ ୧୯୬୪ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଦ ଦେଇଥିଲେ। ମନୋଜ କୁମାର ଏବଂ ସାଧନାଙ୍କ ଅଭିନୀତ ଫିଲ୍ମ ‘ଓ୍ବ କୌନ୍‌ ଥୀ’ରେ ପ୍ରଥମ ଥର ତାଙ୍କୁ ଖଳନାୟକ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଅନେକ ଫିଲ୍ମରେ ନେଗେଟିଭ୍‌ ସାଙ୍ଗକୁ ପଜିଟିଭ୍‌ ଚରିତ୍ରରେ ଅଭିିନୟ କରିଛନ୍ତି। ମାତ୍ର ତାଙ୍କୁ ପରିଚୟ ମିଳିଛି ଖଳନାୟକ ଚରିତ୍ରରୁ। ପ୍ରେମ୍‌ ଅଭିନୟ କ୍ୟାରିୟର ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି। ପରଦା ଉପରେ ଲୋକଙ୍କୁ ଡରାଉଥିବା ପ୍ରେମ୍‌ କିନ୍ତୁ ନିଜେ ଭୂତପ୍ରେତକୁ ଡରିଥାନ୍ତି। ଏ କଥା ନିଜେ ପ୍ରେମ୍‌ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ସେ କାହାକୁ ଡରନ୍ତି ପଚରାଯିବାରୁ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି କାହାକୁ ନା କାହାକୁ ଡରିଥାନ୍ତି। ଭୂତ ପ୍ରେତ ସମେତ ମୃତ୍ୟୁକୁ ସେ ବହୁତ ଡରନ୍ତି ବୋଲି କହିଥିଲେ।

Share