ଫିଲ୍ମରେ କଳାକାରମାନେ ପିନ୍ଧୁଥିବା ପୋଷାକ କ’ଣ ହୁଏ

ମୁମ୍ବାଇ: ବଲିଲଡ୍‌ ମୁଭି ନିର୍ମାଣ କରିବାରେ ପ୍ରଯୋଜକ ନିର୍ଦ୍ଦେଶକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଫିଲ୍ମ ହିଟ୍‌ ହେଉ ଅବା ଫ୍ଲପ୍‌ ଟଙ୍କା ଖର୍ଚ୍ଚ କରିବାରେ ସାଧାରଣତଃ କେହି କଞ୍ଜୁସି କରନ୍ତି ନାହିଁ। ବେଳେ ବେଳେ ଦେଖାଯାଏ ଫିଲ୍ମରେ ବିଶେଷ କରି ନାୟକ ନାୟିକାମାନେ ଯେଉଁ ପୋଷାକ ପିନ୍ଧି ଥାଆନ୍ତି ତାହା ଖୁବ୍‌ ସୁନ୍ଦର ହୋଇଥାଏ। ହେଲେ ପରେ ଏହି ପୋଷାକ କୁଆଡେ ଯାଏ ବା କ’ଣ ହୁଏ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ। ୟଶରାଜ ଫିଲ୍ମର ଷ୍ଟାଇଲିସ ଆୟଶା ଖାନ୍ନା ଯାହା କୁହନ୍ତି ତାହା ହୁଏତ ଅନେକ ଜାଣି ନ ଥିବେ। ସେ କୁହନ୍ତି ଫିଲ୍ମ ଶୁଟିଂ ସରିବା ଓ ରିଲିଜ୍‌ ସରିବା ପରେ ସେଲିବ୍ରିଟିଙ୍କ କିଛି ପୋଷକକୁ ସାଇତା ହୋଇ ରଖାଯାଏ। ଏହାସହ ସେହି କପଡାରେ ଫିଲ୍ମର ଟ୍ୟାଗ ଲଗାଇ ଦିଆଯାଇଥାଏ। ଏହାପରେ ଏହାକୁ ମିକ୍ସ ଆଣ୍ଡ ମ୍ୟାଚ୍‌ କରି ଜୁନିୟର ଆର୍ଟିଷ୍ଟମାନଙ୍କୁ ଦିଆଯାଇଥାଏ। ଆହୁରି ମଧ୍ୟ ପ୍ରଡକସନ୍‌ ହାଉସର ପରବର୍ତ୍ତି ଫିଲ୍ମରେ ଏହି ପୋଷାକକୁ ବ୍ୟବହାର କରାଯାଇଥାଏ। ହେଲେ ଏହାକୁ ଯେତେବେଳେ ପୁଣିଥରେ ବ୍ୟବହାର କରାଯାଏ ସେତେବେଳେ ଧ୍ୟାନ ଦିଆଯାଏ ଯେମିତି ଦର୍ଶକେ ଏହି ପୋଷାକକୁ ଆଗରୁ ଦେଖିଥିଲେ ବୋଲି ଜାଣି ନ ପାରନ୍ତି। କିନ୍ତୁ ସବୁ ପୋଷାକକୁ ଏମିତି ବ୍ୟବହାର କରାଯାଏ ନାହିଁ। କେବେ କେବେ କଳାକାରମାନଙ୍କୁ ପସନ୍ଦ ଆସିଲେ ସେମାନେ ନିଜ ପାଖରେ ମଧ୍ୟ ନିଜର ପୋଷାକକୁ ରଖି ଦିଅନ୍ତି। ସେହିପରି ଯଦି କୌଣସି ଡିଜାଇନର କୌଣସି ଫିଲ୍ମ ପାଇଁ ପୋଷାକ ଦେଇଥାଆନ୍ତି ଫିଲ୍ମ ସରିବା ପରେ ସେ ତାକୁ ଫେରାଇ ନିଅନ୍ତି। ବେଳେବେଳେ ଅନ୍‌ ଲାଇନ୍‌ରେ ଏହାର ନିଲାମି ମଧ୍ୟ କରାଯାଇଥାଏ। ଆଉ ସେହି ଟଙ୍କାକୁ କୌଣସି ଅନୁଷ୍ଠାନକୁ ଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri