ଫିଲ୍ମରେ ଓଡ଼ିଶାର ସୌନ୍ଦର୍ଯ୍ୟ ଦେଖାଇବେ ନୀଳମାଧବ

ଭୁବନେଶ୍ୱର,୭ା୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ଏକୁଟିଆପଣ, ଭୟ ଏବଂ ଭଲପାଇବାକୁ ନେଇ ଏକ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି ଓଡ଼ିଶା ଜନ୍ମିତ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମନିର୍ମାତା ନୀଳମାଧବ ପଣ୍ଡା। ‘ବିଶ୍ୱ’ ନାମକ ଏହି ଫିଲ୍ମ ଜଣେ ପିତା ଓ ତାଙ୍କ ଦୃଷ୍ଟିହୀନ ପୁଅର କାହାଣୀ ଉପରେ ପର୍ଯ୍ୟବସିତ ହୋଇଛି। ପ୍ରତିଥର ଭଳି ଏଥର ମଧ୍ୟ ନିଜ ଫିଲ୍ମ ମାଧ୍ୟମରେ ସାମାଜିକ ବାର୍ତ୍ତା ଦେବାର ପ୍ରୟାସ କରିଛନ୍ତି ନୀଳମାଧବ। ଅନ୍ଧତ୍ୱକୁ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରୁ ଦେଖିବା ପାଇଁ ଏହି ଚଳଚ୍ଚିତ୍ରରେ ନୀଳମାଧବ ପ୍ରୟାସ କରିଛନ୍ତି। ଫିଲ୍ମଟି ସମ୍ପୂର୍ଣ୍ଣଭାବେ ଓଡ଼ିଶାର ଆବିଷ୍କୃତ ହୋଇ ନ ଥିବା ସୌନ୍ଦର୍ଯ୍ୟମୟ ସ୍ଥାନଗୁଡ଼ିକରେ ଶୁଟ୍‌ ହୋଇଛି। ଫିଲ୍ମ ଟୁରିଜିମ୍‌ ମାଧ୍ୟମରେ ସମଗ୍ର ବିଶ୍ୱକୁ ଓଡ଼ିଶାର ଅନାଲୋଚିତ ପର୍ଯ୍ୟଟନସ୍ଥଳୀ ଏବଂ ଉତ୍କୃଷ୍ଟ ସୌନ୍ଦର୍ଯ୍ୟ ସମ୍ପର୍କରେ ଅବଗତ କରାଇବାକୁ ନୀଳମାଧବ ପ୍ରୟାସ କରିଛନ୍ତି।
ନୀଳମାଧବଙ୍କ ସହଯୋଗୀ ତଥା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅନୁଜ ତ୍ୟାଗୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଷ୍ଟାର୍‌କାଷ୍ଟରେ ଲୋକପ୍ର୍ରିୟ କଳାକାର ବିନୟ ପାଠକ, ମରାଠୀ ଚଳଚ୍ଚିତ୍ର ‘ଦାଗ’ ପାଇଁ ଜାତୀୟ ପୁରସ୍କାର ବିଜେତା ଉଷା ଯାଦବ, ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ସ୍ଲମଡଗ୍‌ ମିଲେନେୟାର’ ଏବଂ ହିନ୍ଦୀ ଫିଲ୍ମ ‘ଯବ୍‌ ତକ ହୈ ଜାନ’ ପାଇଁ ଜଣାଶୁଣା ସରିବ୍‌ ହାସ୍‌ମୀ, ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ନିଜ କାର୍ଯ୍ୟ ପାଇଁ ଜଣାଶୁଣା ଜ୍ୟୋତି ସୁବାସ ପ୍ରମୁଖ ରହିଛନ୍ତି। ଏହାବ୍ୟତୀତ ବହୁ ଓଡ଼ିଆ କଳାକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ ବୋଲି ନୀଳମାଧବ କହିଛନ୍ତି। ଅନ୍ୟପକ୍ଷରେ ଏହି ଫିଲ୍ମକୁ ସେ ବିଶ୍ୱସ୍ତରରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତବର୍ଷ ଶେଷ ଆଡ଼କୁ ଏହା ରିଲିଜ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri