ଫିଲ୍ମରୁ ଦୂରେଇ ବି କପୁର ପରିବାରର ଏହି ଝିଅ ଆଜି କୋଟିପତି

କପୁର ପରିବାରର ଝିଅ ଅଭିନୟ କ୍ଷେତ୍ରରେ ବଲିଉଡ୍‌ରେ ବେଶ୍‌ ନାଁ କରିଥିବା ସମସ୍ତଙ୍କୁ ଋଣା ଅଧିକ ଜଣା। କରିସ୍ମା ହୁଅନ୍ତୁ କି କରୀନା। ଏହି ଦୁଇଜଣ ଇଣ୍ଡଷ୍ଟ୍ରିର ଟପ୍‌ ହିରୋଇନ୍‌ଙ୍କ ଲିଷ୍ଟରେ ରହିଛନ୍ତି। ଋଷି କପୁର ଏବଂ ନୀତୁ କପୁରଙ୍କ ଝିଅ ତଥା ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା ଫିଲ୍ମ ଲାଇନ୍‌ରେ ନ ଥିଲେ ମଧ୍ୟ ଆଜି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। ରିଦ୍ଧିମା ରଣବୀରଙ୍କଠାରୁ ବଡ଼। ମାତ୍ର କରୀନା ଏବଂ ତାଙ୍କ ବୟସ ପ୍ରାୟ ପାଖାପାଖି। ଦୁଇଜଣ ମାତ୍ର ୬ ଦିନ ବଡ଼ସାନ।

ଯେତେବେଳେ ଦୁଇଜଣ ଜନ୍ମ ହୋଇଥିଲେ ରାଜ କପୁର କହିଥିଲେ ଘରକୁ ରିଦ୍ଧି, ସିଦ୍ଧି ଆସିଗଲେ। ସେଥିପାଇଁ ତାଙ୍କ ନାଁ ରିଦ୍ଧିମା ରଖାଯାଇଛି। ଯେବେ କରୀନା ଫିଲ୍ମରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ରିଦ୍ଧିମା ଲଣ୍ଡନରେ ପାଠ ପଢୁଥିଲେ। ପିଲାଦିନରୁ ତାଙ୍କର ଅଭିନୟ ପ୍ରତି କୌଣସି ରୁଚି ନ ଥିଲା। ସେ ଗୀତ ଏବଂ ଫ୍ୟାଶନ ଡିଜାଇନ୍‌ରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଆଜି ରିଦ୍ଧିମା ଫ୍ୟାଶନ ଇଣ୍ଡଷ୍ଟ୍ରିରେ ଜଣାଶୁଣା ନାଁ। ଫ୍ୟାଶନ ଡିଜାଇନ୍‌ ବ୍ୟତୀତ ସେ ଜୁଏଲାରୀର ମଧ୍ୟ ଡିଜାଇନ୍‌ କରନ୍ତି। ବଲିଉଡ୍‌ରେ ଯେ କୌଣସି ପାର୍ଟିରେ ରିଦ୍ଧିମାଙ୍କ ଦ୍ୱାରା ପ୍ରସ୍ତୁତ ଅଳଙ୍କାର ଦେଖିବାକୁ ମିଳିଥାଏ।

ରିଦ୍ଧିମା ଦିଲ୍ଲୀର ପ୍ରତିଷ୍ଠିତ ବ୍ୟବସାୟୀ ଭରତ ସାହନୀଙ୍କୁ ୨୦୦୬ରେ ବିବାହ କରିଛନ୍ତି। ଦୁହିଁଙ୍କର ଗୋଟିଏ ଝିଅ ବି ଅଛି। ଭରତଙ୍କର ନିଜର ଅଳଙ୍କାର କମ୍ପାନୀ ଏବଂ ଫ୍ୟାଶନ ହାଉସ୍‌ ରହିଛି। ରିଦ୍ଧିମା ସମସ୍ତ ବ୍ୟବସାୟ ନିଜେ ବୁଝୁଛନ୍ତି।

 

Share