Categories: ଖେଳ

ଫିଫା ର଼୍ୟାଙ୍କିଙ୍ଗ୍‌: ଭାରତ ସ୍ଥିର

ନୂଆଦିଲ୍ଲୀ,୧୯।୧୨(ପି.ଟି.)-ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଫୁଟବଲ ଦଳ ବର୍ଷ ଶେଷରେ ୧୦୮ତମ ସ୍ଥାନରେ ପୂର୍ବପରି ସ୍ଥିର ରହିଛି। ତେବେ ଗତ ଗୋଟିଏ ବର୍ଷରେ ଭାରତ ୧୧ଟି ସ୍ଥାନ ତଳକୁ ଖସିଛି। ଗତ ବର୍ଷ ଡିସେମ୍ବର ମାସରେ ଭାରତ ୯୭ତମ ସ୍ଥାନରେ ଥିଲା। ଏପ୍ରିଲ ଓ ଜୁନ୍‌ରେ ଭାରତ ୧୦୧ତମ ସ୍ଥାନରେ ରହି ଚଳିତ ବର୍ଷ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ୧୧୮୭ ପଏଣ୍ଟ ସହ ଭାରତ ଏସୀୟ ଦେଶମାନଙ୍କ ମଧ୍ୟରେ ୧୯ତମ ସ୍ଥାନରେ ରହିଥିବାବେଳେ ଜାପାନ ଶୀର୍ଷରେ ରହିଛି। ତେବେ ଜାପାନ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୨୮ତମ ସ୍ଥାନରେ ରହିଛି। ଏସୀୟ ର଼୍ୟାଙ୍କିଙ୍ଗ୍‌ରେ ଜାପାନ ପଛକୁ ଇଢ଼ରାନ (୩୩), କୋରିଆ (୪୦), ଅଷ୍ଟ୍ରେଲିଆ (୪୨) ଓ ଏସୀୟ ଚାମ୍ପିୟନ କାତାର (୫୫) ରହିଛି।

Share