ଫିଫା ବିଶ୍ୱକପ୍‌: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ

ଦୋହା,୧୭।୪(ଏଏଫ୍‌ପି): ୨୦୨୨ ଫିଫା ବଶ୍ୱକପ୍‌ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍‌ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମକମାନଙ୍କ ମଧ୍ୟରୁ ୩ ଜଣ କରୋନ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଇଛି। ଫଳରେ କାତାରରେ କୋଭିଡ-୧୯ କାରଣରୁ ୭ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୪, ୧୦୩ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ତେବେ ବୁଧବାର ପ୍ରଥମଥର ପାଇଁ କୌଣସି ଶ୍ରମିକ ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଇଛି। କରୋନା ଭାଇରସ ଆତଙ୍କ ସତ୍ତ୍ୱେ ବିଶ୍ୱକପ୍‌ ପାଇଁ ଷ୍ଟାଡିୟମ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଚାଲିଛି।
ଉଲ୍ଲେଖଥାଉ କି, ୨୦୨୨ ଫିଫା ବିଶ୍ୱକପ୍‌ ନଭେମ୍ବର ଓ ଡିସେମ୍ବର ମାସରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ-୧୯ ସଂକ୍ରମଣ ପାଇଁ ଟୋକିଓ ଅଲିମ୍ପିକ୍ସ ଓ ୟୁରୋପିଆନ ଫୁଟବଲ ଚାମ୍ପିୟଶନିପ୍‌ ସ୍ଥଗିତ ହୋଇଥିଲେ ମଧ୍ୟ ଫିଫା ବିଶ୍ୱକପ୍‌ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ ହେବ। ଅଲିମ୍ପିକ୍ସ ଓ ୟୂରୋ କପ୍‌ ୨୦୨୧ରେ ଆୟୋଜନ ହେବ ବୋଲି କୁହାଯାଇଛି।

Share