Categories: ଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର: ମ୍ୟାଚ୍‌ ଡ୍ର ରଖିଲେ ଦୁଇ କୋରିଆ

ସିଓଲ,୧୫।୧୦(ଏଏଫ୍‌ପି)- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର ରହିଛି। ତେବେ ଏହି ମ୍ୟାଚ୍‌ ସମ୍ପୂର୍ଣ୍ଣ ଏକ ଭିନ୍ନ ପରିବେଶ୍‌ରେ ଖେଳାଯାଇଥିଲା। ବାହାର ଦୁନିଆଠାରୁ ଏହି ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରାଯାଇଥିଲା। ଫଳରେ ପୂରା ଷ୍ଟାଡିୟମ ଦର୍ଶକ ଶୂନ୍ୟ ରହିଥିଲା। ଏହି ମ୍ୟାଚ୍‌ରେ କେବଳ କୌଣସି ଗୋଲ ହୋଇ ନଥିଲା। ଷ୍ଟାଡିୟମ ପୂରା ଫାଙ୍କା ଥିବା ବେଳେ ଟିଭିରେ ଏହା ସିଧା ପ୍ରସାରଣ ମଧ୍ୟ ହୋଇ ନ ଥିଲା।
ଦୁଇ ଦେଶ ମଧ୍ୟରେ ଏବେବି ତିକ୍ତତା ବଜାୟ ରହିଛି। ପ୍ୟୋଙ୍ଗ୍‌ ୟାଙ୍ଗ୍‌ର କିମ୍‌ ୨ ସଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ମ୍ୟାଚର ଖବର ପରିବେଷଣ ପାଇଁ ବିଦେଶୀ ଗଣମାଧ୍ୟମକୁ ବାରଣ କରାଯାଇଥିଲା। ଅବଶ୍ୟ ଏଥିପାଇଁ ଦକ୍ଷିଣ କୋରିଆ ପ୍ରଶଂସକ ନିରାଶ ହୋଇଥିଲେ। ଏହି ମ୍ୟାଚ୍‌ ଫ୍ଲଡ ଲାଇଟ୍‌ ତଳେ ଖେଳାଯାଇଥିଲା। ଅଳ୍ପ କେତେକ ଦର୍ଶକଙ୍କ ସହ ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଏହି ମ୍ୟାଚ୍‌ ଦେଖିଥିଲେ। ଏଠାରେ ଉପସ୍ଥିତ ରହି ମୁଁ ବେଶ୍‌ ଖୁସି ବୋଲି ଇନ୍‌ଫାଣ୍ଟିନୋ କହିଛନ୍ତି। ତାଙ୍କୁ ବିମାନ ବନ୍ଦରରେ ଉତ୍ତର କୋରିଆ ଫୁଟବଲ୍‌ ଅସୋସିଏଶନ ମୁଖ୍ୟ କିମ୍‌ ଜାଙ୍ଗ୍‌ ସାନ ସ୍ବାଗତ କରିଥିଲେ। ସୋମବାର କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ମାନଙ୍କ ସହ ଦକ୍ଷିଣ କୋରିଆ ଦଳ ପ୍ୟାଙ୍ଗ୍‌ୟାଙ୍ଗ୍‌ରେ ପହଞ୍ଚିଥିଲେ। ଗତ ଫେବୃୟାରୀରେ ହାନୋଇଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଫଳପ୍ରଦ ହୋଇ ପାରି ନ ଥିଲା। ଫଳରେ ରାଜନୈତିକ ତଥା କୂଟନୈତିକ ଦୃଷ୍ଟିକୋଣରୁ ଅନୁକୂଳ ବାତାବରଣ ନ ଥିବାରୁ ଏହି ମ୍ୟାଚ୍‌କୁ ଏଭଳି ଭାବେ ଆୟୋଜନ କରାଯାଇଥିଲା ବୋଲି କୁହାଯାଇଛି।

Share