ଫିନ୍‌ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି,୯।୧୨: ଫିନ୍‌ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା ମାରିନ୍‌ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ଦେଶର ଇତିହାସରେ ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ବୋଲି ଚର୍ଚ୍ଚା ହେଉଛି। ୨୭ବର୍ଷ ବୟସରୁ ହିଁ ମରିନ୍‌ ରାଜନୀତିରେ ପାଦ ରଖିଥିଲେ। ସେହି ଦିନରୁ ସେ ରାଜନୀତିରେ ଆଗେଇ ଚାଲିଛନ୍ତି। ରବିବାର ହୋଇଥିବା ମତଦାନରେ ମରିନ୍‌ ନେତା ଏଣ୍ଟି ରିନେଙ୍କ ସ୍ଥାନ ନେଇଛନ୍ତି। ସୂଚନାଯୋଗ୍ୟ, ପୋଷ୍ଟାଲ ଷ୍ଟ୍ରାଇକ୍‌କୁ ସମାଧାନ କରିବାକୁ ଯାଇ ମେଣ୍ଟ ସହଯୋଗୀ ସେଣ୍ଟର ପାର୍ଟିର ବିଶ୍ୱାସ ହରାଇଥିଲେ ରିନେ। ଏହାପରେ ସେ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଥିଲେ।

Share