Posted inଖେଳ

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲାଗି ଉପଦେଷ୍ଟା କମିଟି ଗଠିତ

ନୂଆଦିଲ୍ଲୀ,୨୩।୮(ପି.ଟି.)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରିବାକୁ ଯାଉଛନ୍ତି। ଫିଟ୍‌ନେସକୁ ନେଇ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରୟାସରେ ସରକାରଙ୍କୁ ସହାୟତା ତଥା ପରାମର୍ଶ ଦେବା ପାଇଁ ଏକ ୨୮ ସଦସ୍ୟ ବିଶିଷ୍ଟ ଉପେଦଷ୍ଟା କମିଟି ଗଠିତ ହୋଇଛି। ଏହି କମିଟିରେ ସରକାରୀ ଅଧିକାରୀଙ୍କ ସମେତ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ), ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ସଦସ୍ୟ, ବିଭିନ୍ନ ବେସରକାରୀ ସଂସ୍ଥା ଓ ଫିଟ୍‌ନେସ ପ୍ରମୋଟରମାନେ ସ୍ଥାନ ପାଇଛନ୍ତି।
ଦେଶର ନାଗରିକମାନଙ୍କୁ ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧି ଓ କ୍ରୀଡ଼ାରେ ପ୍ରୋତ୍ସାହିତ କରିବାକୁ ସଚେତନ କରିବା ପାଇଁ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଉଛି। ଏହି ଉପଦେଷ୍ଟା କମିଟିରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଅଧ୍ୟକ୍ଷତା କରିବେ। ଏହି କମିଟିରେ ୧୨ ଜଣ ସରକାରୀ ଅଧିକାରୀ ସଦସ୍ୟ ରହିବେ। କ୍ରୀଡ଼ା, ସେକେଣ୍ଡାରୀ ଏଜୁକେଶନ, ଆୟୁସ, ଯୁବ ବ୍ୟାପାର ଓ ଅନ୍ୟାନ୍ୟ ବିଭାଗର ସଚିବମାନେ ଏଥିରେ ସାମିଲ ରହିବେ। ସେହିପରି ଆଇଓଏ ଅଧ୍ୟକ୍ଷ ଓ ୭ ଏନ୍‌ଏସ୍‌ଏଫ୍‌ ମୁଖ୍ୟ ମଧ୍ୟ ଏହି କମିଟିରେ ସାମିଲ ରହିଛନ୍ତି। ବକ୍ସିଂ, ଆଥଲେଟିକ୍ସ, ଫୁଟବଲ ଓ ସାଇକ୍ଳିଂ ଫେଡେରେଶନର ମୁଖ୍ୟମାନେ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି। ବେସରକାରୀ ସଂସ୍ଥାଗୁଡିକ ମଧ୍ୟରେ କନଫେଡେରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ), ରିଲାଏନ୍ସ ଫାଉଣ୍ଡେଶନ, ଜେଏସ୍‌ଡବ୍ଳ୍ୟୁ ସିମେଣ୍ଟ ଓ ଜେଏସ୍‌ଡବ୍ଲ୍ୟ ପେଣ୍ଟ୍ସ, ଏସ୍‌ଇ ଟ୍ରାନ୍ସଷ୍ଟାଡିଆ ପ୍ରାଇଭେଟ୍‌ ଲିମିଟେଡ, ଟାଟା ଟ୍ରଷ୍ଟ, ଆସୋଚାମ ଇଣ୍ଡିଆ, ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫ୍‌ଆଇସିସିଆଇ) ଏହି କମିଟିରେ ସାମିଲ ରହିଛନ୍ତି। ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ମିଲିନ୍ଦ ସୋମନ ମଧ୍ୟ ଏହାର ସଦସ୍ୟ ରହିଛନ୍ତି। ଗତବର୍ଷ ସେତେବେଳର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ‘ହମ୍‌ ଫିଟ୍‌ ତୋ ଇଣ୍ଡିଆ ଫିଟ୍‌’ ନାମକ ଏକ ଫିଟିନେସ ଅଭିଯାନ ଆରମ୍ଭ କରିଥିଲେ। କ୍ରୀଡ଼ାବିତ ଓ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଟୁଇଟରରେ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। କିଭଳି ଫିଟ୍‌ ରହିବାକୁ ହେବ ସେ ନେଇ ଏହି ଭିଡିଓରେ ବିଭିନ୍ନ ଟିପ୍ସ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri