ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ନେଇ ପ୍ରସ୍ତୁତ ବଲିଉଡ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ଦେଶକୁ ସୁସ୍ଥ ରଖିବାକୁ ମୋଦି ଏଥିରେ ବାର୍ତ୍ତା ଦେଇଛନ୍ତି। ତେବେ ମୋଦିଙ୍କର ଏହି ଫିଟ୍‌ନେସକୁ ନେଇ ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟି ଏକ ଭିଡିଓ ଶେୟାର କରିବା ସହ ଏହି କାର୍ଯ୍ୟକ୍ରମରେ ଯାଡି ହେବାକୁ ଅନୁରୋଧ କରିଛନ୍ତି। ଏହା ସହ ସେ ଲେଖିଛନ୍ତି ନିଃଶ୍ୱାସ ନେବା ଆମ ପାଇଁ ଯେତିକି ଜରୁରୀ ଫିଟ୍‌ ରହିବା ମଧ୍ୟ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ସେତିକି ଜରୁରୀ। ଏହି ଭିଡିଓରେ ଶିଳ୍ପା ବିଭିନ୍ନ ଆସନ କରୁଥିବା ନଜର ଆସିଛି। ଶିଳ୍ପାଙ୍କ ଭଳି ଅଭିନେତ୍ରୀ ପାୟଲ ରୋହତଗି ମଧ୍ୟ ଏକ ଫିଟ୍‌ନେସ୍‌ ଭିଡିଓ ଶେୟାର କରିବା ସହ ସମସ୍ତଙ୍କୁ ଫିଟ୍‌ ରହିବାକୁ ଅନୁରୋଧ କରିଛନ୍ତି। ମୋଦିଙ୍କର ଏହି ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ବେଶ୍‌ ପ୍ରଶଂସା କରିଛନ୍ତି।

Share