ଫିଟ୍‌ନେସ ପାଇଁ ଶିଳ୍ପା ଖାଇଥାନ୍ତି ଏସବୁ ଖାଦ୍ୟ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଫିଟ୍‌ନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୌନ୍ଦର୍ଯ୍ୟତାକୁ ନେଇ ଫ୍ୟାନଙ୍କ ମନରେ ବି ବେଳେବେଳେ ପ୍ରଶ୍ନ ଉଠିଥାଏ। ଏତେ ସୁନ୍ଦର ଦେଖାଯିବାର ରାଜ୍‌ କ’ଣ। ତେବେ ଜାଣନ୍ତୁ ଶିଳ୍ପା କାହଁିକି ସୁନ୍ଦର ଦେଖାଯାଇଥାନ୍ତି। ସେ ଜିମ୍‌ ଯିବା ସହିତ ଯୋଗ ମଧ୍ୟ କରିଥାନ୍ତି। ପ୍ରତିଦିନ ୧୮୦୦ କ୍ୟାଲୋରୀ ଶକ୍ତି ଗ୍ରହଣ କରିଥାନ୍ତି। ଦିନର ଆରମ୍ଭ ତାଙ୍କର ଅଁଳା ଏବଂ ଆଲୋଭେରା ଜୁସ୍‌ରୁ ହୋଇଥାଏ। ତାଙ୍କୁ ନନ୍‌ଭେଜ ବହୁ ପସନ୍ଦ। ଯୋଗ ପରେ ସେ ପ୍ରୋଟିନ୍‌ ଖାଦ୍ୟ ଖାଇବାକୁ ଆଦୌ ଭୁଲନ୍ତି ନାହିଁ। ସପ୍ତାହର ମଧ୍ୟରୁ ୬ ଦିନ ଖାଦ୍ୟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇଥାନ୍ତି । ଆଉ ଗୋଟିଏ ଦିନ ରେଷ୍ଟୁରାଣ୍ଟ ଯାଇ ଖାଇଥାନ୍ତି।

ବ୍ରେକ୍‌ଫାଷ୍ଟ : ଏକ ଚାମଚ ଦଲିଆ ଏବଂ ଗୋଟିଏ କପ୍‌ ଚା’।

ବ୍ୟୟାମ ପରେ : ପ୍ରୋଟିନ୍‌ଯୁକ୍ତ ଖାଦ୍ୟ, ଦୁଇଟି ଖଜୁରୀ ଏବଂ ୮ଟି କିସ୍‌ମିସ୍‌।

ଲଞ୍ଚ : ଘିଅଲଗା ରୁଟି, ତରକାରୀ।

ସନ୍ଧ୍ୟାରେ : ଗୋଟିଏ ବ୍ରାଉନ ବ୍ରେଡ୍‌ ଟୋଷ୍ଟ, ଅଣ୍ଡା ଏବଂ ଗ୍ରୀନ୍‌ ଟି।

ଡିନର : ସେଓ, ସାଲାଡ୍‌, ସୁପ୍‌ ଏବଂ ଚିକେନ୍‌।

Share