ଫିଟ୍‌ନେସ୍‌ର ରାଜ୍‌ କହିଲେ ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସୌନ୍ଦର୍ଯ୍ୟର ରାଜ୍‌ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍‌ ଭଲ ଲାଗେ। ମାଆଙ୍କ ହାତରନ୍ଧା ଭାତ-ଡାଲି ତାଙ୍କର ବହୁ ପସନ୍ଦ। ତାଙ୍କୁ ଖେଚୁଡ଼ି ବହୁତ ଭଲ ଲାଗେ। ସେ ଫଳ ଖାଇବାକୁ ଖୁବ୍‌ ଭଲ ପାଆନ୍ତି। ପନିପରିବା ଯୁକ୍ତ ଖାଦ୍ୟ ତାଙ୍କର ବହୁ ପସନ୍ଦ। ଆଲିଆ କୁହନ୍ତି, ଦିନଚର୍ଯ୍ୟା ଭିତରେ ସେ ଯେକୌଣସି ଜିନିଷ ସାମିଲ କରିଥା’ନ୍ତି। ଫିଟ୍‌ ରହିବା ପାଇଁ ସେ ଡ୍ରାଇଭିଂ, ସୁଇମିଂ କିମ୍ବା ବ୍ୟାଡମିଣ୍ଟନ ଖେଳିଥା’ନ୍ତି। ପ୍ରତିଦିନ ଜିମ୍‌ ଯାଇଥାନ୍ତି ଆଲିଆ। ବ୍ୟସ୍ତତା ଭିତରେ ବି ସେ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଆଦୌ ଭୁଲନ୍ତି ନାହିଁ।

Share