Posted inଖେଳ

ଫିଜିଓଙ୍କ ରୁମ୍‌ରେ ନିଜକୁ ବନ୍ଦକରି ରଖିଥିଲେ ସଚିନ

ନୂଆଦିଲ୍ଲୀ,୧ା୫- ଟେଷ୍ଟ ହେଉ କିମ୍ବା ଦିନିକିଆ କ୍ରିକେଟ, ସଚିନ ତେନ୍ଦୁଲକର ଓ ଶେନ ୱର୍ନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିିତା ବେଶ୍‌ ଚର୍ଚ୍ଚିତ। ଦିନଥିଲା ସଚିନ-ୱର୍ନ ମୁକାବିଲା ଦେଖିବାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ। ୧୯୯୮ ସିରିଜର କଥା । ଏକ ଟେଷ୍ଟରେ ମାତ୍ର ୪ରନ କରି ୱର୍ନଙ୍କ ବଲ୍‌ରେ ଆଉଟ ହେବାପରେ ସଚିନ ନିଜକୁ ଦୀର୍ଘ ସମୟ ଫିଜିଓଙ୍କ ରୁମ୍‌ରେ ନିଜକୁ ବନ୍ଦକରି ରଖିଥିଲେ । ପରବର୍ତ୍ତୀ ଇନିଂସରେ ସେ ଚମତ୍କାର ଖେଳିଥିଲେ। ଅତୀତକୁ ମନେପକାଇ ଏହା ପ୍ରକାଶ କରିଛନ୍ତି ସଚିନଙ୍କ ପୂର୍ବତନ ଟିମ୍‌ମେଟ୍‌ ତଥା କ୍ରିକେଟ ଭାଷ୍ୟକାର ଭିଭିଏସ୍‌ ଲକ୍ଷ୍ମଣ। ୧୯୯୮ରେ ମାର୍କ ଟେଲରଙ୍କ ଅଷ୍ଟ୍ରେଲିଆ ଭାରତ ଭ୍ରମଣରେ ଆସିଥାଏ। ଏହି ସିରିଜରେ ଚର୍ଚ୍ଚାର ଶିରୋନାମାରେ ରହିଥିଲେ ବିଶ୍ୱର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ସଚିନ ଓ ଚମତ୍କାରୀ ବୋଲର ୱର୍ନ। ସେତେବେଳେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱାଧୀନ ଭାରତ ଘରୋଇ ପରିବେଶରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରୁଥାଏ। ୧୯୮୭ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ହାରିବାପରେ ଘରୋଇ ପରିବେଶରେ ଭାରତକୁ ଆଉ କୌଣସି ଦଳ ହରାଇପାରି ନ ଥାନ୍ତି। ୧୯୯୬ରେ ଟେଲରଙ୍କ ଅଷ୍ଟ୍ରେଲିଆ ଭାରତ ଆସି ନୂଆଦିଲ୍ଲୀରେ ଏକ ଟେଷ୍ଟ ଖେଳିଥିଲେ ହେଁ ପରାଜିତ ହୋଇଥିଲା। ତେଣୁ ୧୯୯୮ ସିରିଜ ମୁଖ୍ୟତଃ ୱର୍ନଙ୍କ କୌଶଳ ଓ ସଚିନଙ୍କ ଅସାଧାରଣ ବ୍ୟାଟିଂ ଉପରେ ପର୍ଯ୍ୟବସିିତ ଥିଲା। ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକ୍‌ରେ ଖେଳାଯାଇଥିଲା। ଭାରତର ଟପ୍‌-୩ ବ୍ୟାଟ୍ସମ୍ୟାନ ଭଲ ଖେଳି ଅର୍ଦ୍ଧଶତକ ହାସଲ କଲାପରେ ସଚିନଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ୱର୍ନଙ୍କ ବଲ୍‌ରେ ଚୌକା ମାରି ସଚିନ ଇନିଂସ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ବଲ୍‌କୁ ମିଡ୍‌ଅନ୍‌ ଉପରେ ବଡ଼ ଶଟ୍‌ ମାରିବା ଚକ୍କରରେ ମାର୍କ ଟେଲରଙ୍କ ଦ୍ୱାରା କ୍ୟାଚ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାକୁ ସହଜରେ ହଜମ କରିପାରି ନ ଥିଲେ ସଚିନ। ସେ ପଡ଼ିଆରୁ ଆସି ସିଧା ଫିଜିଓଙ୍କ ରୁମ୍‌ରେ ନିଜକୁ ବନ୍ଦକରି ରଖିଥିଲେ। ପାଖାପାଖି ୧ଘଣ୍ଟା ପରେ ସେଠାରୁ ବାହାରିବା ବେଳକୁ ତାଙ୍କ ଆଖି ଲାଲ ହୋଇଯାଇଥିଲା। ଭାବପ୍ରବଣ ହୋଇ ପଡ଼ିଥିବା ସଚିନ ଏପରି ଆଉଟ୍‌ରେ ଖୁସି ନ ଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଗ୍ରଣୀ ନେଇଥିବାରୁ ଭାରତ ଦ୍ୱିତୀୟ ଇନିଂସରେ ବଡ଼ ସ୍କୋର କରିବା ଆବଶ୍ୟକ ହେଉଥିଲା। ନିଜ ତ୍ରୁଟିକୁ ବୁଝିପାରିଥିବା ସଚିନ ଖେଳିଥିଲେ ଅନ୍ୟତମ ଶ୍ରେଷ୍ଠ ଇନିଂସ। ସେ ୱର୍ନ ଏବଂ ଅନ୍ୟ ବୋଲରଙ୍କ ବଲ୍‌କୁ ପଡ଼ିଆର ଚତୁର୍ଦ୍ଦିଗକୁ ଶଟ୍‌ମାନ ମାରି ୧୫୫ ରନରେ ଅପରାଜିତ ରହିଥିଲେ। ୱର୍ନଙ୍କ ସମସ୍ତ କୌଶଳ ସଚିନଙ୍କ ଆଗରେ ଫେଲ୍‌ ମାରିଥିଲା। ପରେ ଅନୀଲ କୁମ୍ବଲେ ଓ ଭେଙ୍କଟପତି ରାଜୁଙ୍କ କ୍ବାଲିଟି ସ୍ପିନକୁ ମୁକାବିଲା କରି ନ ପାରି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଶୀଘ୍ର ଆଉଟ ହୋଇ ଯାଇଥିଲା। ଭାରତ ଏହି ଟେଷ୍ଟ ଓ ସିରିଜ ଜିତିଥିଲା। ”ମୁଁ ଦେଖିବାରେ ସଚିନ-ୱର୍ନଙ୍କ ମଧ୍ୟରେ ଏହା ସବୁଠାରୁ ଶ୍ରେଷ୍ଠ ଲଢ଼େଇ ଥିଲା“ ବୋଲି କହିଛନ୍ତି ଲକ୍ଷ୍ମଣ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri