ଫାଷ୍ଟଫୁଡ୍‌ ଖାଉଥିଲେ କିଛି କଥା ପ୍ରତି ଦିଅନ୍ତୁ ଧ୍ୟାନ, ରହିବେ ସୁସ୍ଥ

ବଜାରରେ ମିଳୁଥିବା ଫାଷ୍ଟଫୁଡ୍‌ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ସୁଆଦିଆ ମାତ୍ର ଦେହ ପ୍ରତି କ୍ଷତିକାରକ। ଫାଷ୍ଟଫୁଡ୍‌ ଖାଇବା ପରେ କିଛି କଥା ପ୍ରତି ଧ୍ୟାନ ଦେଲେ ପେଟ ଭାରି ଭାରି ଲାଗି ନ ଥାଏ। ଫାଷ୍ଟଫୁଡ୍‌ ଯେପରିକି ଚାଓମିନ, ମୋମୋ, ରୋଲ୍‌ ଆଦି ମଇଦାରୁ ପ୍ରସ୍ତୁତ ହୋଇଥାଏ।

ମଇଦାରେ ପ୍ରସ୍ତୁତ ଦ୍ରବ୍ୟ ଖାଇବା ପରେ ଏହା ଆମ ଶରୀରରେ ଚିକ୍‌ଟା ଭଳି ରହିଯାଏ। ଯାହା ଶରୀର ପାଇଁ ହାନିକାରକ। ତେଣୁ ମଇଦା ଜାତୀୟ ଖାଦ୍ୟ ଖାଇବା ପରେ କିଛି ଗରମ ପାନୀୟ ପିଇଲେ ଦେହ ପାଇଁ ଭଲ।

ଫାଷ୍ଟଫୁଡ୍‌ ଖାଇବା ପରେ ଗ୍ଲାସେ ଉଷୁମ ପାଣି ପିଅନ୍ତୁ। ଫଳରେ ଫାଷ୍ଟଫୁଡ୍‌ ଶ୍ରୀଘ୍ର ହଜମ ହୋଇଯାଇଥାଏ। ନଚେତ୍‌ ସୁପ୍‌ ମଧ୍ୟ ପିଇପାରିବେ। ସେହିପରି ଚା’ ଓ କଫି ପିଇଲେ ସତେଜ ଲାଗିବା ସହ ପେଟ ଓଜନିଆ ଲାଗେ ନାହିଁ।