Categories: ଜାତୀୟ

ଫାଶୀ ଭୟରେ ସେଲ୍‌ରେ ଚୁପ୍‌ଚାପ୍‌ ରହୁଛନ୍ତି ୪ ଦୋଷୀ: ବିନୟ ଅଧିକ ବିଚଳିତ

ନୂଆଦିଲ୍ଲୀ,୧୯।୨: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତୃତୀୟ ଥର ଡେଥ୍‌ ଓ୍ବାରେଣ୍ଟ୍‌ ଜାରି ହୋଇଛି। ଏହାକୁ ନେଇ ଭୟରେ ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପଓ୍ବନ କୁମାର ଗୁପ୍ତା ଏବଂ ବିନୟ କୁମାର ଶର୍ମା ଚୁପ୍‌ଚାପ୍‌ ରହିବା ଆରମ୍ଭ କରିଛନ୍ତି। ସେମାନେ ନିଜ ନିଜ ସେଲ୍‌ରେ ଉଦାସ ମନରେ ବସି ରହୁଛନ୍ତି। କାହା ସହିତ ବିଶେଷ କଥାବାର୍ତ୍ତା ମଧ୍ୟ ହେଉ ନାହାଁନ୍ତି। ସେମାନଙ୍କ ମଧ୍ୟରୁ ବିନୟ ଅଧିକ ବିଚଳିତ ରହୁଥିବା କୁହାଯାଉଛି। ସେହିପରି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି ପରେ ତିହାର ଜେଲ କର୍ତ୍ତୃପକ୍ଷ ମଧ୍ୟ ସକ୍ରିୟ ହେବାକୁ ଆରମ୍ଭ କରିଛନ୍ତି। ଫାଶୀର ପ୍ରସ୍ତୁତି ନେଇ ଜେଲ୍‌ ଅଧିକାରୀ ତତ୍ପର ହୋଇ ଉଠିଛନ୍ତି। ସୂଚନାଯୋଗ୍ୟ, ସେମାନଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବା ପାଇଁ ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରାଯାଇଛି।

Share