Categories: ଜାତୀୟ

ଫାଶୀ ପୂର୍ବର ୨୪ ଘଣ୍ଟା…

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦୋଷୀମାନଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ତିହାର ଜେଲ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଫାଶୀ ପୂର୍ବର ୨୪ ଘଣ୍ଟା କେମିତି କାଟିଥାଆନ୍ତି ଦୋଷୀ। ଜେଲ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଫାଶୀ ପୂର୍ବରୁ ଦୋଷୀମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ। କେହି କେହି ମନ ପସନ୍ଦର ଗୀତ ଗାଇଥାଆନ୍ତି ତ ଆଉ କେହି ପେଟ ପୁରାଇ ମନ ପସନ୍ଦର ଖାଦ୍ୟ ଖାଇଥାଆନ୍ତି। କୁହାଯାଏ ଆଉ କେହି କେହି ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଚିତ୍କାର ମଧ୍ୟ କରିଥାଆନ୍ତି। ତିହାର ଜେଲର ଜଣେ ପୂର୍ବତନ ଅଧିକାରୀ ସୁନିଲ ଗୁପ୍ତା କୁହନ୍ତି ପ୍ରଥମେ ଯେତେବେଳେ ତାଙ୍କର ଏଭଳି ଏକ ଅନୁଭୂତି ହୋଇଥିଲା ସେଦିନ ରାତିରେ ସେ ଖାଦ୍ୟ ଖାଇ ପାରି ନ ଥିଲେ। ସେହିପରି ଫାଶୀ ଦେବାର ସମୟ ବିଷୟରେ ଦୋଷୀଙ୍କୁ ଗୋଟିଏ ସପ୍ତାହ ପୂର୍ବରୁ ଜଣାଇ ଦିଆଯାଇଥାଏ। ଏହି ସମୟ ମଧ୍ୟରେ ସେ ତାଙ୍କର ପରିବାର ସହ ଦେଖା କରିବାର ସୁଯୋଗ ରହିଥାଏ।

Share