Categories: ଜାତୀୟ

ଫାଶୀ ପୂର୍ବରୁ ଜେଲ୍‌ରେ ରୋଜଗାର: ଅକ୍ଷୟ କରିଛନ୍ତି ଅଧିକ; ମୁକେଶ କରି ନାହାଁନ୍ତି କିଛି କାମ

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଦୋଷୀଙ୍କୁ ଜେଲ୍‌ ନମ୍ବର ୩ରେ ଫାଶୀ ଦିଆଯିବ। ଜେଲ୍‌ରେ ଥିବା ସମୟରେ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ବିଭିନ୍ନ କାମ କରି ରୋଜଗାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷୟ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଅକ୍ଷୟ ୬୯ ହଜାର ରୋଜଗାର କରିଥିବାବେଳେ ବିନୟ ୩୯ ହଜାର ଏବଂ ପଓ୍ବନ ୨୯ ହଜାର ଟଙ୍କା ରୋଜଗାର କରିଛନ୍ତି। ତେବେ ମୁକେଶ ସିଂ କୌଣସି କାମ କରି ନ ଥିବା ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ ସେମାନଙ୍କ ରୋଜଗାର ପରିବାର ବର୍ଗଙ୍କୁ ପ୍ରଦାନ କରି ଦିଆଯିବ।

Share