Categories: ଜାତୀୟ

ଫାଶୀରେ ଝୁଲିବାର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲେ ଏହି ଅପରାଧୀ

ନୂଆଦିଲ୍ଲୀ,୧୪।୧୨: ସାଧାରଣତଃ ଫାଶୀରେ ଝୁଲିବାର କିଛି ସମୟ ମଧ୍ୟରେ ଅପରାଧୀଙ୍କ ମୃତ୍ୟୁ ଘଟିଥାଏ। ତେବେ ୧୯୮୨ରେ ତିହାର ଜେଲରେ ଅପରାଧୀ ରଙ୍ଗା ବିଲାଙ୍କୁ ଫାଶୀ ଦିଆଯିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଫାଶୀରେ ଝୁଲିବାର କିଛି ସମୟ ମଧ୍ୟରେ ବିଲାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ରଙ୍ଗା ଜୀବିତ ଥିଲେ। ଡାକ୍ତର ଦୁଇଘଣ୍ଟା ପରେ ଆସି ପରୀକ୍ଷା କରି ଜାଣିପାରିଥିଲେ ଯେ, ରଙ୍ଗାଙ୍କର ନାଡ଼ି ଧୀମାଗତିରେ ସ୍ପନ୍ଦନ କରୁଛି। ଏହାପରେ ଫାଶୀ ଦଉଡ଼ିକୁ ତଳୁ ଟଣା ଯାଇଥିଲା। କିଛି ସମୟ ମଧ୍ୟରେ ରଙ୍ଗାଙ୍କର ମୃତ୍ୟୁ ଘଟିଥିଲା। ଏତେ ସମୟ ଧରି ରଙ୍ଗା କିଭଳି ଜୀବିତ ଥିଲେ ତାହା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Share