‘ଫାର୍ଷ୍ଟ ଗର୍ଲଫ୍ରେଣ୍ଡ’ଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା

ଲଣ୍ଡନ,୨୪ା୭(ପି.ଟି.): ବୋରିସ୍‌ ଜନ୍‌ସନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଡାଉନିଂ ଷ୍ଟ୍ରିଟ୍‌ରେ ଅବସ୍ଥାନ କରିବାକୁ ଯାଉଥିବାବେଳେ ତାଙ୍କଠୁ ବୟସରେ ଯଥେଷ୍ଟ ସାନ ତରୁଣୀ-ବାନ୍ଧବୀ କ୍ୟାରି ସାଇମଣ୍ଡ୍ସଙ୍କୁ ସାଥିରେ ରଖିବେ କି ନାହିଁ ସେଥିନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଦୁଇଥର ବିବାହ କରିଥିବା ବୋରିସ୍‌ ମଙ୍ଗଳବାର କଞ୍ଜରଭେଟିଭ୍‌ ପାର୍ଟିର ନେତା ନିର୍ବାଚିତ ହେବା ପରେ ସେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ଦୀର୍ଘ ୩୧ବର୍ଷ ଧରି ଦଳର କମ୍ୟୁନିକେଶନ୍‌ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିବା ବୋରିସ୍‌ଙ୍କୁ କୁଇନ୍‌ ଏଲିଜାବେଥ୍‌ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ସାଇମଣ୍ଡ୍ସ ହେଉଛନ୍ତି ପରିବେଶ ସୁରକ୍ଷାର ଜଣେ ଆଗଧାଡିର ପ୍ରଚାରକ। ୨୦୧୨ରେ ଲଣ୍ଡନର ମେୟର ନିର୍ବାଚନ ବେଳେ ସେ ବୋରିସ୍‌ଙ୍କ ପାଇଁ ପ୍ରଚାର କରିଥିଲେ। ୨୦୧୮ରେ ବୋରିସ୍‌ ଦୀର୍ଘ ୨୬ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଥିଲେ। ବିବାହ ବିଚ୍ଛେଦ ଘଟିବା ପରେ ତରୁଣୀ ସାଇମଣ୍ଡ୍ସଙ୍କ ସହିତ ତାଙ୍କର ସମ୍ପର୍କ ବିଷୟ ଚର୍ଚ୍ଚାର ପରିସରକୁ ଆସିଥିଲା। ତେବେ ବୋରିସ୍‌ କ୍ଷମତାକୁ ଆସିବା ପରେ ଦେଶର ‘ଫାର୍ଷ୍ଟ ଗର୍ଲଫ୍ରେଣ୍ଡ’ଙ୍କ ଭବିଷ୍ୟତ ନେଇ ବ୍ରିଟିଶ ଖବରକାଗଜଗୁଡିକରେ ଚର୍ଚ୍ଚା ଜୋର ଧରିଛି।

Share