Categories: ଜାତୀୟ

ଫାରୁକ୍‌, ଓମାରଙ୍କୁ ଭେଟିପାରିବେ ୨ ଏନ୍‌ସି ଏମ୍‌ପି

ନୂଆଦିଲ୍ଲୀ,୧୪ା୯: ଗୃହବନ୍ଦୀ ଥିବା ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଓ ତାଙ୍କ ପୁଅ ତଥା ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲାଙ୍କୁ ଦଳର ଦୁଇଜଣ ଏମ୍‌ପି ସାକ୍ଷାତ୍‌ କରିପାରିବେ। ଏନେଇ ଜମ୍ମୁ-କଶ୍ମୀର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କିନ୍ତୁ ସାକ୍ଷାତ୍‌ ପରେ ସେମାନେ ଗଣମାଧ୍ୟମକୁ ଫାରୁକ୍‌ ଓ ଓମାରଙ୍କ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି।
ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ସେମାନଙ୍କୁ ଗୃହବନ୍ଦୀ ରଖାଯାଇଥିବାରୁ ପାର୍ଲାମେଣ୍ଟକୁ ଯାଇପାରୁ ନ ଥିବା ଶ୍ରୀନଗର ଏମ୍‌ପି ଫାରୁକ୍‌ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଅଗଷ୍ଟ ୬ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଲୋକ ସଭାରେ କହିଥିଲେ, ଫାରୁକ ନିଜ ଇଚ୍ଛାରେ ପାର୍ଲାମେଣ୍ଟକୁ ଆସୁନାହାନ୍ତି। ଶାହ ମିଛ କହୁଥିବା ଫାରୁକ୍‌ ଅଭିଯୋଗ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ହାଇକୋର୍ଟଙ୍କ ଗୁରୁବାର ରାୟରୁ ସ୍ପଷ୍ଟ ହୋଇଛି। ଏମ୍‌ପି ହାସନୈନ୍‌ ମାସୁଦି ଓ ଆକ୍‌ବର ଲୋନ୍‌ ବାପପୁଅଙ୍କୁ କେବେ ଭେଟିବେ ତାହା ଶ୍ରୀନଗର ଡିସିପି ସେମାନଙ୍କୁ ଅବଗତ କରନ୍ତୁ ବୋଲି ଜଷ୍ଟିସ୍‌ ସଞ୍ଜୀବ କୁମାର ନିର୍ଦ୍ଦେଶ ଦେଇଛନ୍ତି।

Share