Categories: ଜାତୀୟ

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୧ା୮(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୁଧବାର ଜେରା କରାଯାଇଛି। ରାଜ୍ୟ କ୍ରିକେଟ ଆସୋସିଏଶନରେ ଆର୍ଥିକ ହେର୍‌ଫେର ହୋଇଥିବାବେଳେ ତାଙ୍କୁ ଏନେଇ ବିଭିନ୍ନ ପ୍ରଶ୍ନ କରାଯାଇଛି। କେନ୍ଦ୍ରୀୟ ସଂସ୍ଥାର ଚଣ୍ଡିଗଡ଼ସ୍ଥିତ କାର୍ଯ୍ୟାଳୟରେ ଫାରୁକ୍‌ ପହଞ୍ଚିବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଗତବର୍ଷ ଜୁଲାଇରେ ଫାରୁକ୍‌ଙ୍କ ନାମ ସିବିଆଇ ଚାର୍ଜଶିିଟ୍‌ରେ ସ୍ଥାନ ପାଇଥିଲା। ବିସିସିଆଇ ପକ୍ଷରୁ ୨୦୦୨ରୁ ୨୦୧୧ ମଧ୍ୟରେ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନକୁ ୪୩ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବାବେଳେ ଏଥିରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଥିଲା।

Share