Posted inଫୁରସତ

ଫାଦର୍ସ ଡେ’: କୋଟିପତି ବାପାଙ୍କ ସଫଳ ଝିଅ

ବାପା ଏବଂ ଝିଅର ସମ୍ପର୍କ ସବୁଠାରୁ ଭିନ୍ନ। ସବୁ ଝିଅଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରଥମ ହିରୋ। ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ’ ଭାବେ ପାଳନ କରାଯାଏ। ଏଥର ଜୁନ୍‌ ୨୧ରେ ତାରିଖରେ ଫାଦର୍ଶ ଡେ’ ପଡ଼ୁଛି। ଏହି ସ୍ବତନ୍ତ୍ର ଅବସରରେ ଜାଣିବା କୋଟିପତି ବାପାଙ୍କ ସଫଳ ଝିଅଙ୍କ ବିଷୟରେ।

ଭନିଶା ମିତ୍ତଲ: ଷ୍ଟିଲ କିଙ୍ଗ୍‌ କୁହାଯାଉଥିବା ଲକ୍ଷ୍ମୀ ମିତଲଙ୍କ ଝିଅ ଭନିଶା ମିତଲ। ଭନିଶା ଲଣ୍ଡନର ବିଜ୍‌ନେଶ ସ୍କୁଲରୁ ମ୍ୟାନେଜମେଣ୍ଟ ପାଠପଢ଼ା ଶେଷ କରିବା ପରେ ଫ୍ୟାମିଲ ବିଜ୍‌ଜେସ୍‌ ସମ୍ଭାଳୁଛନ୍ତି। ସେ ବାପାଙ୍କ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟରରେ ମଧ୍ୟ ସାମିଲ ଅଛନ୍ତି।

ମାନସୀ କିର୍ଲୋସ୍କର: ମାନସୀ ଶିଳ୍ପପତି ବିକ୍ରମ ଏବଂ ଗୀତାଞ୍ଜଳୀ କିର୍ଲୋସ୍କରଙ୍କ ଝିଅ। ବୁଲାବୁଲି କରିବାକୁ ବିଶେଷ ଭଲ ପାଉଥିବା ମାନସୀ ଏଥିପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ‘ଟାୟୋଟା କିର୍ଲୋସ୍କର’ ସାମ୍ରାଜ୍ୟର ଏକମାତ୍ର ମାଲିକାଣୀ। ମାନସୀ ଚିତ୍ର ଆଙ୍କିବାକୁ ବହୁତ ଭଲ ପାଆନ୍ତି।

ଇଶା ଅମ୍ବାନୀ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଇଶା ବ୍ୟବସାୟ ଜଗତର ଏକ ବଡ଼ ନାମ। ଇଶା ଜିଓ ଏବଂ ରିଲାଏନ୍ସ ରିଟେଲରର ନିର୍ଦ୍ଦେଶିକା। ଖୁବ୍‌ କମ୍‌ ବୟସରୁ ବିଜ୍‌ନେସ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଇଶା ୨୦୧୫ରେ ଫୋବ୍ସର ସର୍ବକନିଷ୍ଠ କୋଟିପତି ମହିଳା ତାଲିକାରେ ସ୍ଥାନ ପାଇଥିଲା। ଇଶା ବର୍ତ୍ତମାନ ବିବାହିତ। ଏବେ ବି ସେ ବାପାଙ୍କୁ ବିଜ୍‌ନେସ୍‌ରେ ସହଯୋଗ କରୁଛନ୍ତି।

ଅନନ୍ୟା ବିର୍ଲା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍‌ କୁମାର ମଙ୍ଗଲମ ବିର୍ଲାଙ୍କ ଏକମାତ୍ର ସିଙ୍ଗର ତଥା ଗୀତିକାର ଝିଅ ଅନନ୍ୟା। ସେ କେବଳ ବ୍ୟବସାୟରେ ନିଜକୁ ସୀମିତ କରି ରଖିନାହାନ୍ତି ଫ୍ୟାଶନ ଏବଂ ସଂଗୀତ ଦୂନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନନ୍ୟାଙ୍କର ଏକ ମାଇକ୍ରୋଫାଇନାନ୍ସ ଫାର୍ମ ‘ସ୍ବତନ୍ତ୍ର ପ୍ରାଇଭେଟ ଲିମିଟେଡ୍‌’ କମ୍ପାନୀ ରହିଛି। ବିଳାସପୂର୍ଣ୍ଣ ଦ୍ରବ୍ୟ ଇ-କମର୍ସ କମ୍ପାନୀ କ୍ୟୁରୋକାର୍ଟର ପ୍ରତିଷ୍ଠାତା ତଥା ସିଇଓ ହେଉଛନ୍ତି ଅନନ୍ୟା।

ରୋଶନି ନାଦର
ରୋଶନୀ ହେଉଛନ୍ତି ଭାରତୀୟ କୋଟିପତି ଶିବ ନାଦରଙ୍କ ଝିଅ। ସେ ଟେକ୍‌ କମ୍ପାନୀ ଏଚ୍‌ସିଏଲ୍‌ ଗ୍ରୁପ୍‌ର ସିଇଓ। ରୋଶନି ନାଦର ଫୋବ୍ସ ଦୁନିଆର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri