Categories: ଜାତୀୟ

ଫାଟିଲା ସ୍ମାର୍ଟ ଟିଭି: ଜଣେ ମୃତ, ୪ ଆହତ

ଗାଜିଆବାଦ,୬।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲଇଡି ସ୍ମାର୍ଟ ଟିଭିରେ ବିସ୍ଫୋରଣରେ ଜଣେ ୧୭ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଏହି ଘଟଣା ଗାଜିଆବାଦର ହର୍ଷ ବିହାରରୁ ଆସିଛି। ଆହତମାନଙ୍କୁ ଦିଲ୍ଲୀର ଗୁରୁ ତେଗ ବାହାଦୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଟିଭିରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା। ଟିଭିର ବ୍ରାଣ୍ଡ ବିଷୟରେ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି।

Share