ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା ଏବଂ ସ୍ତ୍ରୀ ରିତିକାଙ୍କୁ ଧରି ଗୋଆ ଯାଇଛନ୍ତି ରୋହିତ। ବିଶ୍ୱକପରେ ୯ଟି ମ୍ୟାଚ୍‌ରୁ ୬୪୮ ରନ୍‌ କରିଥିବା ରୋହିତ ଯେତେବେଳେ ଫାଙ୍କା ଥା’ନ୍ତି ସେ ସମୟରେ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ସୂର୍ଯ୍ୟବଂଶମ୍‌’ ଫିଲ୍ମକୁ ବାରମ୍ବାର ଦେଖନ୍ତି। ଯେତେ ଦେଖିଲେ ବି ଏହି ଫିଲ୍ମ ତାଙ୍କୁ ନୂଆ ନୂଆ ଲାଗେ ବୋଲି ସେ କୁହନ୍ତି। ଏହି ଫିଲ୍ମରୁ ଅନେକ କିଛି ଶିକ୍ଷା ମିଳେ। ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଅଭିନୟ ଦେଖି ମୁଁ ତାଙ୍କର ଜଣେ ବଡ଼ ଫ୍ୟାନ୍‌ ହୋଇଯାଇଥିଲି ବୋଲି ରୋହିତ୍‌ କୁହନ୍ତି।

Share