Categories: ଖେଳ

ଫାଇନାଲରେ ହାରିଲେ ଫୋଗତ୍‌

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତର ଶୀର୍ଷ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ୍‌ ବେଲାରୁଷର ମିନସ୍କଠାରେ ଚାଲିଥିବା ମେଦ୍‌ଭେଦ୍‌ ଇଭେଣ୍ଟର ୫୩ କେଜି ଶ୍ରେଣୀ ଫାଇନାଲରେ ପରାଜିତ ହୋଇଯାଇଛନ୍ତି। ରୁଷିଆର ଏନ୍‌. ମାଲିସେଭା ତାଙ୍କୁ ୧୦-୧ରେ ବୈଷୟିକ ଶ୍ରେଷ୍ଠତା ଭିତ୍ତିରେ ହରାଇ ଦେଇଥିଲେ। ଫଳରେ ଏସିଆନ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଏହି ୨୪ ବର୍ଷୀୟା କୁସ୍ତିଯୋଦ୍ଧା କ୍ରମାଗତ ଚତୁର୍ଥ ସ୍ବର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇପାରି ନାହାନ୍ତି। ଭିନେଶ ନିକଟରେ ସ୍ପେନ୍‌ ଗ୍ରଁା ପ୍ରି, ୟାସାର ଡୋଗୁ ଇଣ୍ଟରନ୍ୟାଶନାଲ ଏବଂ ପୋଲାଣ୍ଡ ଓପନ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

Share