Categories: ବାଣିଜ୍ୟ

ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି ହୋଣ୍ଡା

ନୂଆଦିଲ୍ଲୀ,୧୦।୭: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଗ୍ରାହକଙ୍କ ଲାଗି ଖୁଚୁରା ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ଚୋଳମଣ୍ଡଳମ୍‌ ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ କମ୍ପାନୀ ସହ ଚୁକ୍ତିରେ ସାମିଲ ହୋଇଛି। ହୋଣ୍ଡାର ବିକ୍ରି ଓ ମାର୍କେଟିଂ ଉପସଭାପତି ୟଦ୍‌ବିନ୍ଦର ସିଂ ଗୁଲେରିଆ ଏବଂ ଚୋଳମଣ୍ଡଳମର ସଭାପତି ଓ ଭେଇକିଲ ଫାଇନାନ୍ସ ବ୍ୟବସାୟ ମୁଖ୍ୟ ରବୀନ୍ଦ୍ର କୁଣ୍ଡୁଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପାଦିତ ହୋଇଛି। ବୀମା ପ୍ରିିମିୟମରେ ବୃଦ୍ଧି ନୂଆ ବ୍ରେକ ନିୟମ ଲାଗୁ ପରେ ଦୁଇଚକିଆ ଯାନର ମାଲିକାନା ଖର୍ଚ୍ଚ ବଢିଛି। ଅଧିକରୁ ଅଧିକ ଗ୍ରାହକ ସେମାନଙ୍କ ପସନ୍ଦର ବାଇକ କିଣିବା ଲାଗି ଫାଇନାନ୍ସ ବିକଳ୍ପକୁ ଚୟନ କରୁଥିବା ଉପସଭାପତି ଗୁଲେରିଆ କହିଛନ୍ତି। ଫାଇନାନ୍ସ ବିକଳ୍ପ ଚୟନ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ଆଗାମୀ ଦିନରେ ବୃଦ୍ଧି ଘଟିବ। ଗ୍ରାହକଙ୍କୁ ସହାଇଲା ଭଳି ଫାଇନାକ୍ସ ବିକଳ୍ପ ପ୍ରଦାନ ଲାଗି ଏଭଳି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ସେ କହିଛନ୍ତି। ଚୋଳ ମଣ୍ଡଳମ ଜରିଆରେ ଯାନ ଫାଇନାନ୍ସ କଲେ ଗ୍ରାହକ ୬ ହଜାର ଟଙ୍କାର ସଞ୍ଚୟ କରିପାରିବେ। ଏହାବାଦ ଜିରୋ ପ୍ରୋସେସିଂ ଫି, ବର୍ଦ୍ଧିତ ରିପେମେଣ୍ଟ ଅବଧି ଏବଂ ନିମ୍ନ ଇଏମଆଇ ସୁବିଧା ଗ୍ରାହକ ପାଇପାରିବେ।

Share