Categories: ଅପରାଧ

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌

ବଇଣ୍ଡା,୨୦।୬(ଡି.ଏନ.ଏ.)-କିଶୋରନଗର ଥାନା ହିମିତିରା ଜଙ୍ଗଲ ନିକଟରୁ ଗୁରୁବାର ଅପରାହ୍ନରେ ଏକ ମାଇକ୍ରୋଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ଘଟଣାରୁ ଜଣାପଡ଼ିଛି, ବଇଣ୍ଡାଠାରେ ସ୍ପନ୍ଦନା ମାଇକ୍ରୋଫାଇନାନ୍ସର କଲେକ୍ସନ କ୍ରେଡ଼ିଟ୍‌ ଆସିଷ୍ଟାଣ୍ଡ ମ୍ୟାନେଜର ବିଶ୍ୱାମିତ୍ର ମେହେର କିଶୋରନଗର ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ବଇଣ୍ଡା ଅଭିମୁଖେ ଫେରୁଥିବାବେଳେ ହିମିତିରା ନିଛାଟିଆ ଜଙ୍ଗଲ ନିକଟରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଭୁଜାଲି ଦେଖାଇ ସଂଗ୍ରହ କରି ରଖିଥିବା ୩୧,୫୧୩ ଟଙ୍କା ଲୁଟି ନେଇ ବିଶ୍ୱାମିତ୍ର ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଖବରପାଇ ଆଠମଲ୍ଲିକ ଏସ୍‌ଡ଼ିପିଓ ଏସ. କରିମ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। କିଶୋରନଗର ଥାନା ଅଞ୍ଚଳରେ ଏକ ରାକେଟ ବାରମ୍ବାର ଲୁଟ୍‌ କରୁଥିଲେ ମଧ୍ୟ ପୋଲିସ ସେମାନଙ୍କ ପତ୍ତା ପାଇପାରୁ ନାହିଁ। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍‌ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।