ଫାଇନାନ୍ସ ଏଜେଣ୍ଟଙ୍କୁ ମାରଣାସ୍ତ୍ର ଦେଖାଇ ୧.୩୮ଲକ୍ଷ ଲୁଟ୍‌

ସୋରଡା,୧୨ା୨(ଡି.ଏନ୍‌.ଏ.)- ସୋରଡା-ଶିଙ୍ଗିପୁର ରାସ୍ତାା କେଶରା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୨ଟାରେ ଏକ ଅର୍ଥଲଗାଣକାରୀ ସଂସ୍ଥାର ୨ କ୍ଷେତ୍ର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୧ଲକ୍ଷ ୩୮ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ସୋରଡା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି।
ପ୍ରକାଶ ଯେ, କ୍ଷେତ୍ର କର୍ମଚାରୀ ପ୍ରହଲ୍ଲାଦ ଜେନା, ଅନିଲ କୁମାର ବେହେରା ବିଭିନ୍ନ ଗ୍ରାମର ଅର୍ଥ ଆଦାୟ କରି ବାଇକ ଯୋଗେ ଉକ୍ତ ରାସ୍ତାରେ ଫେରୁଥିଲେ। କେଶରା ନିକଟରେ ୨ଜଣ ଦୁର୍ବୃତ୍ତ ଏମାନଙ୍କ ବାଇକକୁ ଅଟକାଇଥିଲେ। ବାଇକ ରଖିବା ପରେ ପ୍ରହଲ୍ଲାଦଙ୍କ ବେକରେ କାତି ଲଗାଇ ଟଙ୍କାବ୍ୟାଗ ମାଗିଥିଲେ। ସେ ବ୍ୟାଗ ଦେଇଦେଇଥିଲେ। ପରେ ଅନିଲଙ୍କୁ ଧକ୍କା ଦେଇ ମୋବାଇଲ ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପହଞ୍ଚତ୍ ମୋବାଇଲ ଟ୍ରାକିଂ କରିବା ପରେ ଭାଲିଆଗୋଚ୍ଛା ନିକଟସ୍ଥ ଏକ ବୁଦାମୂଳରୁ ମିଳିଛି। ରାତିରେ ପ୍ରହଲ୍ଲାଦ ଓ ଅନିଲ ଥାନାରେ ଏତଲା ଦେଇଥିଲେ।