Categories: ଜାତୀୟ

ଫଳରେ ରାସାୟନିକ ବ୍ୟବହାର ଗ୍ରାହକଙ୍କୁ ବିଷ ଦେବା ସଦୃଶ

ନୂଆଦିଲ୍ଲୀ,୩୧-୧(ପି.ଟି.):ଫଳ ପଚାଇବା ପାଇଁ ସେଥିରେ ରାସାୟନିକ ପ୍ରୟୋଗ କରିବା ଗ୍ରାହକଙ୍କୁ ବିଷ ଦେବା ସହ ସମାନ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କ’ଣ ପାଇଁ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡସଂହିତା ଲାଗୁ ନ ହେବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଏପରିକି ଦୁଇଦିନ ହେଲେ ମଧ୍ୟ ଏଭଳି ବ୍ୟକ୍ତିମାନଙ୍କୁ ଜେଲ୍‌ ପଠାଇବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଜି.ଏସ୍‌. ସିସ୍ତାନି ଏବଂ ଏ.ଜେ. ଭମ୍ବାନୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଫଳ ଓ ପନିପରିବାରେ ରାସାୟନିକ ପ୍ରୟୋଗ ବିରୋଧରେ ଦାଏର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ମତ ରଖିଛନ୍ତି। ଏବେ ବି ଫଳ ପଚାଇବା ପାଇଁ କାଲ୍‌ସିୟମ କାର୍ବାଇଡ୍‌ ଭଳି ରସାୟନ ବ୍ୟବହାର କରାଯାଉଛି କି ବୋଲି ଭାରତର ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ)ଙ୍କୁ ଅଦାଲତ ପ୍ରଶ୍ନ କରିଥିଲେ।

Share