ଫନୀ ଯୋଗୁ ରାଜଧାନୀରେ ଭାଙ୍ଗିଛି ୧ଲକ୍ଷରୁ ଅଧିକ ବୃକ୍ଷ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ଭୁବନେଶ୍ୱର ଭିତରେ ୧ଲକ୍ଷ ୮ ହଜାର ୫୬୪ ବୃକ୍ଷ ନଷ୍ଟ ହୋଇଛି। ଚନ୍ଦକା ଅଭୟାରଣ୍ୟରେ ୧ଲକ୍ଷ ୧୧ ହଜାର ୭୨୪ ବୃକ୍ଷ ନଷ୍ଟ ହୋଇଯାଇଛି। ଭୁବନେଶ୍ୱର ସହର ଏବଂ ଏହାର ଚତୁଃପାର୍ଶ୍ୱରେ ସବୁଜିମା ପୁନରୁଦ୍ଧାର କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ପଚରାଯାଇଥିବା ତାରକା ପ୍ରଶ୍ନ ସଂଖ୍ୟା ୪୨୩ର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଚଳିତ ବର୍ଷ ୨୦୧୯ ବର୍ଷାଋତୁରେ ୭୪ ହଜାର ଚାରା ରୋପଣ, ୬୨ ହଜାର ଡେଙ୍ଗା(୧୦ ଫୁଟରୁ ୧୨ ଫୁଟ) ବୃକ୍ଷଚାରା ରୋପଣ ଏବଂ ୬ଲକ୍ଷ ୩୫ ହଜାର ବୃକ୍ଷଚାରା ବିନା ମୂଲ୍ୟରେ ବିତରଣ କରିବାକୁ ପ୍ରସ୍ତାବ ରହଛିି ା