??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡ଼ି, ୧୧।୫ (ଡି.ଏନ.ଏ.) – ଫନୀ ପରେ ଏବେ ଖରା ତାତି ଭୟ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଗରମରେ ସିଝୁଛନ୍ତି ଲୋକେ। କେହି ଘରୁ ବାହାରୁ ନାହାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଓ ଏହାର ଆଖପାଖ ଅଞ୍ଚଳରେ ଅଂଶୁଘାତ ଭୟ ଦେଖାଦେଇଛି। ଗୁରୁବାର ଓ ଶୁକ୍ରବାର ଏସବୁ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଥିଲା। ଫଳରେ ସକାଳ ପ୍ରାୟ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍ଶାନ ହୋଇଯାଇଥିଲା। ବାତ୍ୟା ‘ଫନୀ’ ତାଣ୍ଡବ ପରେ ପ୍ରବଳ ଗ୍ରୀଷ୍ମପ୍ରବାହ ଏଠାକାର ଅଧିବାସୀଙ୍କୁ ହନ୍ତସନ୍ତ କରୁଛି। ଫନୀ କ୍ଷୟକ୍ଷତି ଆକଳନ ପାଇଁ ତହସିଲ କର୍ମଚାରୀ ଗଁା ଗଁା ବୁଲୁଥିଲେ ମଧ୍ୟ ଲୋକେ ଘରୁ ବାହାରିବାକୁ ନାରାଜ ହେଉଛନ୍ତି। ଆଖଣ୍ଡଳମଣି ପୀଠ ଆରଡ଼ିକୁ ଯାତ୍ରୀମାନେ ପୂର୍ବଭଳି ଆଉ ଆସୁ ନ ଥିବା ପରିଲକ୍ଷିତ ହୋଇଛି। ସେହିପରି ଭଦ୍ରକରୁ ଆରଡ଼ି ବସ୍ ଚଳାଚଳରେ ମଧ୍ୟ ବାଧା ଉପୁଜିଛି।
ଆରଡ଼ି ସମେତ ମଠଡିହ, ଦୋହରାପାଟଣା ସୁନ୍ଦରପୁର, ବେତାଳିଗଁା, ରଇପୁର, କଣ୍ଟିକା, ବାଙ୍କସାହି ଆଦି ବଜାରରେ ଅଧିକାଂଶ ଦୋକାନ ଖରା ଯୋଗୁ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ଏସବୁ ଅଞ୍ଚଳରେ ବାତ୍ୟାରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ଅଦ୍ୟାବଧି କେତେକ ଗଁା ଅନ୍ଧାରରେ ରହିଛି। ଏହିସବୁ ଗଁାରେ ପାନୀୟଜଳର କୃତ୍ରିମ ଅଭାବ ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଉଛି। ବିଦ୍ୟୁତ୍ ସଜଡ଼ା ହେଉଥିବାରୁ ବାରମ୍ବାର ବିଦ୍ୟୁତ୍ କାଟ୍ ମଧ୍ୟ ସମସ୍ୟାକୁ ବହୁଗୁଣିତ କରିଛି। ରାତିରେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ଅଂଶୁଘାତ ସମ୍ପର୍କିତ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହେଉଛି। ଏପରିକି ଏଠାରେ ଅଂଶୁଘାତ ନେଇ ସତର୍କ ସୂଚନା ମଧ୍ୟ ଦିଆଯାଇ ନ ଥିବା କୁହାଯାଉଛି। ଆଉ ଦିନେ କି ଦୁଇଦିନ ସମ୍ପୃକ୍ତ ଅଞ୍ଚଳରେ ଏଭଳି ସ୍ଥିତି ଲାଗିରହିଲେ ଅଂଶୁଘାତଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏ ଦିଗରେ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହେଉଛି।