ଫନୀ ଉଜାଡ଼ିଦେଲା ବ୍ୟବସାୟ : ମିଳୁନି କଞ୍ଚାମାଲ୍‌, ଚିନ୍ତାରେ ମୂର୍ତ୍ତି କାରିଗର

ଭୁବନେଶ୍ୱର,୨୩ା୮(ବ୍ୟୁରୋ) : ଏବର୍ଷ ଫନୀ ଉଜାଡ଼ିଦେଲା ମୂର୍ତ୍ତି ବ୍ୟବସାୟ। ଚିନ୍ତାରେ ମୂର୍ତ୍ତି କାରିଗର। ଭଲ ରୋଜଗାର ଦେଉଥିବା ଏହି ଋତୁକାଳୀନ ବ୍ୟବସାୟ ଏଥର ବାତ୍ୟା ଫନୀ ଯୋଗୁ ମାନ୍ଦା ପଡ଼ିଯାଇଛି। ମୂର୍ତ୍ତି ଗଢିବାକୁ ମାଟି, ନଡ଼ା ଆଦି କଞ୍ଚାମାଲ ମିଳିବା କଷ୍ଟକର ହୋଇପଡୁଛି। ଯାହା ବି ମିଳୁଛି ଦର ଆକଶଛୁଆଁ ରହୁଛି। ଏପରି କି ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଉପକରଣ ମଧ୍ୟ ସହଜରେ ଉପଲବ୍ଧ ହେଉନି। ବାତ୍ୟାରେ ଅଧିକାଂଶ ବାଉଁଶ ଗଛ ଭାଙ୍ଗିଯାଇଥିବାରୁ ଏଥର ପୁରୀ ଏବଂ ଖୋର୍ଦ୍ଧା ଜିଲାରେ ମୂର୍ତ୍ତି କାରିଗରଙ୍କ ପାଇଁ ବାଉଁଶ ସଙ୍କଟ ଦେଖାଦେଇଛି। ତେଣୁ ଅଧିକ ଅର୍ଡର ଆସିଲେ ବି କାରିଗରମାନେ ମନା କରିବାକୁ ବାଧ୍ୟ ହେଉଛନ୍ତି।
ପାର୍ବଣ ଋତୁ ପାଖେଇ ଆସୁଥିବାବେଳେ ପ୍ରଥମେ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତ ହେଲାଣି ପେଣ୍ଡାଲ୍‌। ପୂଜାପେଣ୍ଡାଲର ସାଜସଜ୍ଜାକୁ ଆକର୍ଷଣୀୟ କରିବାପାଇଁ ବିଭିନ୍ନ ପୂଜା କମିଟି ଓ କ୍ଲବ୍‌ ଲାଗିପଡ଼ିଥିବାବେଳେ ମୂର୍ତ୍ତି ତିଆରି କାମ ବି ଜୋରଦାର ଚାଲିଛି। ସମୟ ଆଗରୁ କାମ ଶେଷ କରିବାକୁ କାରିଗରମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାପାଇଁ ବ୍ୟସ୍ତ। ଛଣପଟ ଉପରେ ମାଟି ଲେପ ଓ ଖଡ଼ିକାମ ସରିବା ପରେ ଅଧିକାଂଶ ସ୍ଥାନରେ ଏବେ ମୂର୍ତ୍ତିରେ ରଙ୍ଗଦିଆ କାମ ଚାଲିଛି। ବିଭିନ୍ନ ଆକୃତି ଓ ଡିଜାଇନ୍‌ରେ ଗଣପତିଙ୍କ ମୂର୍ତ୍ତି ତିଆରି କରିବାକୁ ଗ୍ରାହକଙ୍କ ଡିମାଣ୍ଡ ରହୁଥିବାବେଳେ କାରିଗରମାନେ କିଭଳି ନିଜ ମୂର୍ତ୍ତିକୁ ସ୍ବତନ୍ତ୍ର କରିପାରିବେ ସେଥିପାଇଁ ଦିନରାତି ଲାଗିପଡ଼ି କାମ କରୁଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତି ନିର୍ମାଣ ପାଇଁ ଓଡିଶା ସହ ପଶ୍ଚିମବଙ୍ଗରୁ କାରିଗରମାନେ ଆସି କାମରେ ଲାଗିଛନ୍ତି। ହେଲେ ସବୁଠାରୁ ବଡ଼ ସମସ୍ୟା ରହିଛି କଞ୍ଚାମାଲ୍‌ର ଅଭାବ। ଆଗରୁ ମୂର୍ତ୍ତି ତିଆରି ପାଇଁ ମାଟି ଅଭାବ ଏକ ପ୍ରମୁଖ ସମସ୍ୟା ସାଜୁଥିବାବେଳେ ଏଥର ବାତ୍ୟା ଯୋଗୁ ଅନ୍ୟାନ୍ୟ କଞ୍ଚାମାଲ୍‌ ମିଳିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି।
ବିଶେଷକରି ଭୁବନେଶ୍ୱରରେ ମାଟିର ଘୋର ଅଭାବ ରହିଛି। ସହରରେ ୩୦୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ପୂଜା ମଣ୍ଡପରେ ଗଜାନନ ପୂଜା ପାଉଥିବାବେଳେ କାରିଗରଙ୍କ ପାଇଁ ମାଟି, ନଡ଼ା, ବାଉଁଶ ଖୋଜିବା ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଅଧିକାଂଶ ମଣ୍ଡପ କଲିକତାରୁ ମାଟି ଆଣିଛନ୍ତି। ଅନ୍ୟପକ୍ଷରେ ଆଗରୁ ଧଉଳିରୁ ମାଟି ଆସୁଥିବାବେଳେ ଏବେ କିନ୍ତୁ ଆଉ ସେଠାରେ ମାଟି ମିଳୁନାହିଁ। ତେଣୁ ଜଗତସିଂହପୁର, ନୟାଗଡ଼ ଭଳି ଜିଲା ଉପରେ ନିର୍ଭର କରିବାକୁ ପଡୁଛି। ଦୂର ଦୂରାନ୍ତରୁ ଅଧିକ ଦରରେ ମାଟି କିଣି କାରିଗରଙ୍କୁ ଓଲଟା କ୍ଷତି ସହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ମୂର୍ତ୍ତି ନିର୍ମାଣର ମୁଖ୍ୟ ଉପାଦାନ ନଡା ଏବଂ ବାଉଁଶ ମିଳିବା ଆଉଏକ ସମସ୍ୟା ହୋଇଛି। ଫନୀ ଯୋଗୁ ଚଢା ଦରରେ ନଡା କିଣିବାକୁ ପଡ଼ୁଛି। ନଡା ବିଡା ଆଗରୁ ୨ ଟଙ୍କାରେ ମିଳୁଥିବାବେଳେ ଏବେ ତାହା ୧୦ଟଙ୍କା ପଡୁଛି। ଏହାବ୍ୟତୀତ ପୂର୍ବରୁ ସାରଙ୍ଗି ବାଉଁଶରେ ମୂର୍ତ୍ତି ତିଆରି କରାଯାଉଥିଲା। ମାତ୍ର ବାଉଁଶ ଗଛର ଅଭାବ ଯୋଗୁ ଏବେ ଚାକୁଣ୍ଡା କିମ୍ବା ଆକାଶିଆ ଗଛ କାଠରେ ମୂର୍ତ୍ତି ତିଆରି କରାଯାଉଛି। ଏ ପରିସ୍ଥିତି ଯୋଗୁ ପୂର୍ବରୁ ଅର୍ଡର ନ ଦେଲେ ଗ୍ରାହକଙ୍କୁ ମୂର୍ତ୍ତି ମିଳୁନି। ଆଗକୁ ସ୍ଥିତି ଆହୁରି ଜଟିଳ ହେବାସହ ବ୍ୟବସାୟ ଗୁରୁତର ପ୍ରଭାବିତ ହେବ ବୋଲି କାରିଗରମାନେ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri