ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ମନ୍ତ୍ରୀ ଦାଶ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ମନ୍ତ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା, ମଧ୍ୟାହ୍ନଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡପିଛା ପ୍ରତି ପାଚିକା ସହାୟକଙ୍କୁ ୬୦୦ ଟଙ୍କା ଅଧିକ ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଯୋଗ୍ୟତା ପାଇଁ ଅବଧି ସୀମାକୁ ୨୦୨୦ ମାର୍ଚ୍ଚ ୩୧ ତାରିଖକୁ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରିଛନ୍ତିି।
ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାନୀତି-୨୦୧୯ ଉପରେ ବିଭିନ୍ନ ଅନୁଷ୍ଠାନର ପ୍ରତିକ୍ରିୟା ସଂଗ୍ରହ ପାଇଁ ଥିବା ଅବଧିକୁ ବୃଦ୍ଧିକରିବା ନିମନ୍ତେ ମଧ୍ୟ ଅନୁରୋଧ କରିଛନ୍ତି। କେନ୍ଦ୍ରୀୟ ଶିକ୍ଷକ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ୨୨୯୧.୫୩ ଲକ୍ଷ ଅନୁଦାନ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି ଅନ୍ତର୍ଗତ ବିଆର୍‌ସି କୋଅର୍ଡିନେଟର ପାଇଁ ଅତିରିକ୍ତ ଖର୍ଚ୍ଚ ୧୦୬୭. ୭୯ ଲକ୍ଷ ଟଙ୍କା ଦେବାକୁ ମନ୍ତ୍ରୀ ଦାଶ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ…

ପତ୍ନୀଙ୍କୁ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ…. କାହିଁକି ଏଭଳି କହିଲେ ହାଇକୋର୍ଟ ଜାଣନ୍ତୁ

ଚଣ୍ଡିଗଡ଼,୨୧।୨: ଗୁଜରାଟ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବର୍ତ୍ତମାନ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି । କେତେକ ଏହାକୁ ଧାର୍ମିକ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ସମ୍ପୂର୍ଣ୍ଣ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଫେବୃଆରୀ ୨୩ ତାରିଖରେ କୁମ୍ଭ ରାଶିରେ ଅଙ୍ଗାରକ ଯୋଗ, ୩ ରାଶିକୁ ସତର୍କ….

ଯେତେବେଳେ ମଙ୍ଗଳ ଏବଂ ରାହୁଙ୍କ ସଂଯୋଗ ହୁଏ, ଅଙ୍ଗାରକ ଯୋଗ ସୃଷ୍ଟି ହୁଏ। ୨୩ ଫେବୃଆରୀରେ ମଙ୍ଗଳ ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri