ଫନୀକୁ ବିତିଲା ୨ମାସ, ସଳଖିହେଉନି ସୂଚନାଫଳକ

ନରାଜ,୨୦ା୭(ଡି.ଏନ୍‌.ଏ.): ବାରଙ୍ଗ ଅଞ୍ଚଳରେ ବିିଭିନ୍ନ ଅଞ୍ଚଳକୁ ରାସ୍ତା ଜଣାଇବା ପାଇଁ ଥିବା ସୂଚନାଫଳକଗୁଡିକ ବାତ୍ୟା ଫନୀରେ ଭାଙ୍ଗି ଯାଇଥିଲା। ଫନୀ ଯିବାର ଦୁଇମାସରୁ ଊର୍ଦ୍ଧ୍ୱ ହୋଇଯାଇଥିଲେ ବି ଭଙ୍ଗା ସୂଚନାଫଳକଗୁଡିକ ଏପର୍ଯ୍ୟନ୍ତ ଠିକ କରାଯାଇନାହିଁ। ତ୍ରିଶୁଳିଆ ଛକରୁ ବାଙ୍କୀ ଓ ଭୁବନେଶ୍ୱର ରାସ୍ତାର ପାର୍ଶ୍ୱରେ ଥିବା ବହୁ ଦାମୀ ଷ୍ଟିଲ ସୂଚନାଫଳକଗୁଡିକ ସେଭଳି ଭଙ୍ଗା ଅବସ୍ଥାରେ ପଡିରହିଛି। କିଛି ଚୋରି ହୋଇଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିରେ ଏସବୁ ପଡୁନାହିଁ। ଏହି ଅଞ୍ଚଳକୁ ବାହାରୁ ପର୍ଯ୍ୟଟକ ନନ୍ଦନକାନନ ଓ ବାଙ୍କୀରେ ଚର୍ଚ୍ଚିକା ଭଳି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିଥାନ୍ତି। ଏହି ରାସ୍ତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯିବା ଆସିବା କରୁଥିବାରୁ ସୂଚନାଫଳକର ନିହାତି ଆବଶ୍ୟକତା ରହିଛି। ଏହି ରାସ୍ତାରେ ବିଭାଗୀୟ କର୍ମଚାରୀମାନେ ସବୁବେଳେ ଯିବାଆସିବା କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ନ ଦେବା ଜଣାପଡୁଛି। ଆଗକୁ ପର୍ଯ୍ୟଟନ ଋ଼ତୁ ଆସୁଥିବାରୁ ଖୁବଶୀଘ୍ର ସୂଚନାଫଳକଗୁଡିକୁ ଠିକ କରିବା ପାଇଁ ସାଧାରଣରେ ଦାବି ହୋଇଛି।