ଫନୀକୁ ନେଇ ନିର୍ମିତ ‘ମର୍ସି ଅଫ୍‌ ଗଡ୍‌’ : ଆମେରିକାରେ ୬ ପୁରସ୍କାର ଜିତିଲା ଅମର୍ତ୍ତ୍ୟଙ୍କ ଫିଲ୍ମ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫିଲ୍ମ ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପୁଣିଥରେ ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମକୁ ବିଶ୍ୱସ୍ତରୀୟ ମଞ୍ଚରେ ପହଞ୍ଚାଇଛନ୍ତି। ନିକଟରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଉପରେ ତାଙ୍କ ନିର୍ମିତ ଫିଲ୍ମ ‘ମର୍ସି ଅଫ୍‌ ଗଡ୍‌’ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ଦ୍ୱାଦଶ ‘ନୋହୁ ଇଣ୍ଟରନ୍ୟାଶନାଲ ଶର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୧୯’ରେ ପ୍ରଦର୍ଶିତ ହୋଇଛି। ଏଥିସହ ବିଭିନ୍ନ ବିଭାଗରେ ୬ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଜିତିବାରେ ସଫଳ ହୋଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସଙ୍ଗୀତ, ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା, ଶ୍ରେଷ୍ଠ ସିନେମାଟୋଗ୍ରାଫି ସହ ପ୍ରଯୋଜନା ବିଭାଗରେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇଛି। ଅକ୍ଟୋବର ୧୧ରେ ଅନୁଷ୍ଠିତ ହୋଇଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ବିଶ୍ୱର ମୋଟ ୮ଟି ଫିଲ୍ମ ପ୍ରଦର୍ଶିତ ହୋଇଥିବାବେଳେ ‘ମର୍ସି ଅଫ୍‌ ଗଡ୍‌’ ଏକମାତ୍ର ଭାରତୀୟ ଫିଲ୍ମଭାବେ ଏଠାରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା।
ମେ’ ୩ରେ ଓଡ଼ିଶା ଅତିକ୍ରମ କରିଥିବା ବାତ୍ୟା ଫନୀ ରାଜ୍ୟର ୧୧ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲାକୁ ଧ୍ୱଂସବିଧ୍ୱଂସ କରିଦେବା ସହ ଚାରିଆଡେ ହାହାକାର ସ୍ଥିତି ସୃଷ୍ଟି କରିଥିଲା। ସ୍ବାଭାବିକ ସ୍ଥିତିକୁ ଫେରିବାକୁ ମାସ ମାସ ସମୟ ଲାଗିଯାଇଥିବାବେଳେ ମୁଣ୍ଡ ଗୁଞ୍ଜିବାକୁ ନା ଲୋକଙ୍କ ମୁଣ୍ଡଉପରେ ଛାତ ଥିଲା ନା ପାଖରେ ଅର୍ଥ ଥିଲା। ଏହି ସମୟରେ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ତାହାକୁ ନିଜ କ୍ୟାମେରା ଲେନ୍ସରେ ତୋଳିବା ସହ ଫିଲ୍ମର ରୂପ ଦେଇ ବିଶ୍ୱ ନଜରକୁ ଆଣିବାକୁ ଚେଷ୍ଟା କରିଥିଲେ ଅମର୍ତ୍ତ୍ୟ। ‘ମର୍ସି ଅଫ୍‌ ଗଡ୍‌’କୁ ଅମର୍ତ୍ତ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବାବେଳେ ୟୁ ଟ୍ୟୁବ୍‌ରେ ରିଲିଜ ହୋଇ ଏହା ବିଭିନ୍ନ ସ୍ତରରେ ପ୍ରଶଂସିତ ହୋଇଥିଲା। ଏନେଇ ଅମର୍ତ୍ତ୍ୟ କୁହନ୍ତି, ଫିଲ୍ମଟି ଗୋଟିଏ କି ଦୁଇଟି ନୁହେଁ, ବରଂ ଫିଲ୍ମ ମେକିଂର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଏହା ପୁରସ୍କୃତ ହୋଇଥିବାରୁ ଖୁସି ଲାଗୁଛି। କୌଣସି ଅତ୍ୟାଧୁନିକ ଉପକରଣ ବ୍ୟବହାର ନ ହୋଇ ମଧ୍ୟ ସିନେମାଟୋଗ୍ରାଫି, ଏଡିଟିଂ ଭଳି ଟେକ୍ନିକାଲ ବିଭାଗରେ ପୁରସ୍କୃତ ହେବା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?