ଫନୀକୁ ନେଇ ନିର୍ମିତ ‘ମର୍ସି ଅଫ୍‌ ଗଡ୍‌’ : ଆମେରିକାରେ ୬ ପୁରସ୍କାର ଜିତିଲା ଅମର୍ତ୍ତ୍ୟଙ୍କ ଫିଲ୍ମ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫିଲ୍ମ ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପୁଣିଥରେ ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମକୁ ବିଶ୍ୱସ୍ତରୀୟ ମଞ୍ଚରେ ପହଞ୍ଚାଇଛନ୍ତି। ନିକଟରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଉପରେ ତାଙ୍କ ନିର୍ମିତ ଫିଲ୍ମ ‘ମର୍ସି ଅଫ୍‌ ଗଡ୍‌’ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ଦ୍ୱାଦଶ ‘ନୋହୁ ଇଣ୍ଟରନ୍ୟାଶନାଲ ଶର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୧୯’ରେ ପ୍ରଦର୍ଶିତ ହୋଇଛି। ଏଥିସହ ବିଭିନ୍ନ ବିଭାଗରେ ୬ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଜିତିବାରେ ସଫଳ ହୋଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସଙ୍ଗୀତ, ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା, ଶ୍ରେଷ୍ଠ ସିନେମାଟୋଗ୍ରାଫି ସହ ପ୍ରଯୋଜନା ବିଭାଗରେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇଛି। ଅକ୍ଟୋବର ୧୧ରେ ଅନୁଷ୍ଠିତ ହୋଇଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ବିଶ୍ୱର ମୋଟ ୮ଟି ଫିଲ୍ମ ପ୍ରଦର୍ଶିତ ହୋଇଥିବାବେଳେ ‘ମର୍ସି ଅଫ୍‌ ଗଡ୍‌’ ଏକମାତ୍ର ଭାରତୀୟ ଫିଲ୍ମଭାବେ ଏଠାରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା।
ମେ’ ୩ରେ ଓଡ଼ିଶା ଅତିକ୍ରମ କରିଥିବା ବାତ୍ୟା ଫନୀ ରାଜ୍ୟର ୧୧ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲାକୁ ଧ୍ୱଂସବିଧ୍ୱଂସ କରିଦେବା ସହ ଚାରିଆଡେ ହାହାକାର ସ୍ଥିତି ସୃଷ୍ଟି କରିଥିଲା। ସ୍ବାଭାବିକ ସ୍ଥିତିକୁ ଫେରିବାକୁ ମାସ ମାସ ସମୟ ଲାଗିଯାଇଥିବାବେଳେ ମୁଣ୍ଡ ଗୁଞ୍ଜିବାକୁ ନା ଲୋକଙ୍କ ମୁଣ୍ଡଉପରେ ଛାତ ଥିଲା ନା ପାଖରେ ଅର୍ଥ ଥିଲା। ଏହି ସମୟରେ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ତାହାକୁ ନିଜ କ୍ୟାମେରା ଲେନ୍ସରେ ତୋଳିବା ସହ ଫିଲ୍ମର ରୂପ ଦେଇ ବିଶ୍ୱ ନଜରକୁ ଆଣିବାକୁ ଚେଷ୍ଟା କରିଥିଲେ ଅମର୍ତ୍ତ୍ୟ। ‘ମର୍ସି ଅଫ୍‌ ଗଡ୍‌’କୁ ଅମର୍ତ୍ତ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବାବେଳେ ୟୁ ଟ୍ୟୁବ୍‌ରେ ରିଲିଜ ହୋଇ ଏହା ବିଭିନ୍ନ ସ୍ତରରେ ପ୍ରଶଂସିତ ହୋଇଥିଲା। ଏନେଇ ଅମର୍ତ୍ତ୍ୟ କୁହନ୍ତି, ଫିଲ୍ମଟି ଗୋଟିଏ କି ଦୁଇଟି ନୁହେଁ, ବରଂ ଫିଲ୍ମ ମେକିଂର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଏହା ପୁରସ୍କୃତ ହୋଇଥିବାରୁ ଖୁସି ଲାଗୁଛି। କୌଣସି ଅତ୍ୟାଧୁନିକ ଉପକରଣ ବ୍ୟବହାର ନ ହୋଇ ମଧ୍ୟ ସିନେମାଟୋଗ୍ରାଫି, ଏଡିଟିଂ ଭଳି ଟେକ୍ନିକାଲ ବିଭାଗରେ ପୁରସ୍କୃତ ହେବା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri