Categories: ଜାତୀୟ

ଫଡ୍‌ନବିସଙ୍କ ୮୦ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ହେବାର ଗୁମର ଫିଟିଲା: କେନ୍ଦ୍ରର ୪୦ ହଜାର କୋଟି ସୁରକ୍ଷିତ !

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କର ଶାସନ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ ଥାଇ ମଧ୍ୟ କାହିଁକି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ୮୦ ଘଣ୍ଟା ପାଇଁ ଶାସନ ଡୋରି ଧରିଲେ ତାହାର ଗୁମର ଫିଟିଛି। ଭାଜପା ଏମ୍‌ପି ଅନନ୍ତ ହେଗ୍‌ଡେ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ୪୦ ହଜାର କୋଟି ଟଙ୍କା ସୁରକ୍ଷିତ ରଖିବା ପାଇଁ ଏଭଳି କରାଯାଇଥିବା ସେ କହିଛନ୍ତି। ଏହା ଉପରେ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସର ଆଖି ଥିଲା। ମାତ୍ର ଟଙ୍କାକୁ ସୁରକ୍ଷିତ ସ୍ଥାନରେ ରଖିବା ଲାଗି ଜାଣିଶୁଣି ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ହୋଇଥିବା ସେ କହିଛନ୍ତି। ଏବେ ଅନନ୍ତଙ୍କ ଏହି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଅନନ୍ତଙ୍କ ଏଭଳି ମନ୍ତବ୍ୟକୁ ଫଡ୍‌ନବିସ୍‌ ଭିତ୍ତିହୀନ ବୋଲି କହିଛନ୍ତି। ଏପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେ ପ୍ରକାଶ କରିଛନ୍ତି।

Share