Categories: ଜାତୀୟ

ଫଡ଼ନଭୀସଙ୍କ ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୩।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କୁ ବଡ଼ ଝଟ୍‌କା ଲାଗିଛି। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ଖାରଜ ହୋଇଛି। ୨୦୧୪ ବିଧାନସଭା ନିର୍ବାଚନରେ ନାମାଙ୍କନ ସମୟରେ ଦାଖଲ ହୋଇଥିବା ସତ୍ୟପାଠରେ ଫଡ଼ନଭୀସ ତାଙ୍କ ବିରୋଧରେ ଥିବା ୨ଟି ଆପରାଧୀକ ମାମଲା ସମ୍ପର୍କରେ ଉଲ୍ଲେଖ କରି ନ ଥିଲେ। ସୁପ୍ରିମ୍‌କୋର୍ଟ ମାମଲାର ବିଚାର କରି କହିଛନ୍ତି ଯେ, ଫଡ଼ନଭୀସ ଜାଣିଶୁଣି ଏଭଳି କରିଛନ୍ତି। ଏଣିକି ନାଗପୁର ଟ୍ରାଏଲ କୋର୍ଟରେ ଏହି ମାମଲାର ବିଚାର କରାଯିବ। ସୂଚନାଯୋଗ୍ୟ, ଫଡ଼ନଭୀସ ମିଥ୍ୟା ସତ୍ୟପାଠ କରିଥିବା ନେଇ ସତୀଶ ଉଇକେଙ୍କ ପକ୍ଷରୁ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା।

Share