Posted inଜାତୀୟ

ଫଟୋଗ୍ରାଫରରୁ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି। ଜଣେ ପେସାଦାର ଫଟୋଗ୍ରାଫରରୁ ଉଦ୍ଧବ ସବୁଠୁ ଧନୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଜଣେ ମେଳାପୀ, ଭଦ୍ର ରାଜନେତା ଭାବେ ପରିଚିତ ୫୯ ବର୍ଷୀୟ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୂର୍ବ ମେଣ୍ଟ ସହଯୋଗୀ ଭାଜପା ସହ ଲଢ଼ୁଆ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଫଳରେ ତିନି ଦଶନ୍ଧିର ଗୈରିକ ମେଣ୍ଟ ଭୁଶୁଡ଼ି ପଡ଼ିଥିଲା। ଭାଜପାଠାରୁ ଦୂରେଇ ଯିବା ପରେ ଉଦ୍ଧବ ଭିନ୍ନ ନୀତି ଆଦର୍ଶର ଦଳ ଏନ୍‌ସିପି ଓ କଂଗ୍ରେସ ସହ ମିଶି ମହା ବିକାଶ ଅଘାଡି (ଏମ୍‌ଭିଏ) ଗଠନ କରିଛନ୍ତି। ଦୀର୍ଘଦିନ ଧରି ରାଜନୀତି କରୁଥିଲେ ହେଁ ଉଦ୍ଧବ କେବେ ନିର୍ବାଚନ ଲଢ଼ି ନ ଥିଲେ କିମ୍ବା ସରକାରୀ ପଦ ପଦବୀରେ ନ ଥିଲେ। ତେଣୁ ସେ କିପରି ଶାସନ କଳକୁ ପରିଚାଳନା କରିବେ ଏବଂ ଭିନ୍ନ ମତାବଲମ୍ବୀ ଦଳର ନେତାଙ୍କୁ ସାଙ୍ଗରେ ନେଇ ଚାଲିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। କାରଣ ହିନ୍ଦୁତ୍ୱ ରାଜନୀତି ଏବଂ କଂଗ୍ରେସ ବିରୋଧୀ ଆଭିମୁଖ୍ୟ ଶିବସେନାର ପରିଚୟ ହୋଇ ରହିଆସିଥିଲା। ଏବେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ଶିବସେନାକୁ ନିଜ ନୀତିରେ ପରିବର୍ତ୍ତନ କରିବାକୁ ପଡିବ।
୧୯୬୦ ଜୁଲାଇ ୨୭ରେ ମୁମ୍ବାଇରେ ଜନ୍ମିତ ଉଦ୍ଧବ ଜେଜେ ସ୍କୁଲ୍‌ ଅଫ୍‌ ଆଟର୍‌ସରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ, ଯେଉଁଠି ତାଙ୍କର ମୁଖ୍ୟ ବିଷୟ ଥିଲା ଫଟୋଗ୍ରାଫୀ। ଫଟୋଗ୍ରାଫର ଭାବେ ତାଙ୍କର ଅନେକ ଫଟୋ ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇବା ସହ ଏକାଧିକ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। ତାଙ୍କର ଦୁଇଟି ଫଟୋ ପୁସ୍ତକ ମହାରାଷ୍ଟ୍ର ଦେଶ୍‌ (୨୦୧୦) ଓ ପହାବ ବିଠଲ (୨୦୧୧) ପ୍ରକାଶିତ ହୋଇଛି। ୨୦୦୩ ଜାନୁୟାରୀରେ ଉଦ୍ଧବ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ପିତା ତଥା ଦଳର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ପରଲୋକ ପରେ ୨୦୧୨ରେ ଉଦ୍ଧବ ଆନୁଷ୍ଠାନିକ ଭାବେ ଦଳ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। କିଛି ବର୍ଷ ପୂର୍ବେ ସେ କରିଥିବା ଫଟୋ ପ୍ରଦର୍ଶନୀରୁ ସଂଗୃହୀତ ୧୦ ଲକ୍ଷ ଟଙ୍କା କୃଷକମାନଙ୍କ କଲ୍ୟାଣ ପାଇଁ ଦାନ କରିଥିଲେ। କୃଷକ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଉଠାଇବା ପାଇଁ ସେ ତାଙ୍କ କର୍ମୀମାନଙ୍କୁ ଉତ୍ସାହିତ କରୁଥିଲେ। ବାନ୍ଦ୍ରାସ୍ଥିତ ଠାକ୍‌ରେ ବାସଭବନ ‘ମାତୋଶ୍ରୀ’ରୁ ଉଦ୍ଧବ ଏବେ ଦକ୍ଷିଣ ମୁମ୍ବାଇରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ବର୍ଷା’ରେ ପାଦ ଥାପିଛନ୍ତି। ଏବେ ତାଙ୍କୁ ନୀତି ଆଦର୍ଶରେ ଅନେକ ପରିବର୍ତ୍ତନ ଆଣିବାକୁ ପଡିବ। ନୂଆ ମେଣ୍ଟ ପରିଚାଳନା ଓ ସରକାର ୫ ବର୍ଷ ତିଷ୍ଠିବାକୁ ହେଲେ ତାଙ୍କୁ ନମନୀୟତା ଏବଂ ବିଚକ୍ଷଣତା ଦେଖାଇବାକୁ ପଡିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri