ଫଟୋଗ୍ରାଫରଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଏହି ଷ୍ଟାର୍‌କିଡ୍‌

ଶାହାରୁଖ୍‌ ଖାଁ ଏବଂ ଗୌରୀଙ୍କ ସାନ ପୁଅ ଅବରାମ୍‌ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୬ ବର୍ଷର ଅବରାମ ରାଣୀ ମୁଖାର୍ଜୀଙ୍କ ଝିଅ ଆଦିରାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ଏହି ପାର୍ଟିରେ ଅବରାମ ଟିକେ ଅଲଗା ଲାଗୁଥିଲେ। ପାର୍ଟିରୁ ଯେତେବେଳେ ଅବରାମ କାର୍‌ରେ ଘରକୁ ଫେରୁଥିଲେ ଫଟୋ ନେବା ପାଇଁ ଫଟୋଗ୍ରାଫରଙ୍କ ଭିଡ଼ ଜମିଗଲା। ଏହା ଦେଖି କାର୍‌ ଭିତରେ ଥାଇ ଅବରାମ୍‌ ଲୋକଙ୍କୁ ସମ୍ମୁଖରୁ ହଟିଯିବା ପାଇଁ କହୁଥିଲେ। ଯାହା ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା। ଅବରାମ୍‌ଙ୍କ ଏହି ଅନ୍ଦାଜ ସୋସିଆଲ ମିଡିଆରେ ଏବେ ଲୋକପ୍ରିୟ ହେବାରେ ଲାଗିଛି।

Share