‘ଫକୀରମୋହନ ଥିଲେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ’

ବାଲେଶ୍ୱର ଅଫିସ, ୧୫।୧- ବାଲେଶ୍ୱର ସହର ଶାନ୍ତିକାନନ ପରିସରରେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୧୮ ତମ ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟକ ଭାବେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ଭାଷାକୁ ଉଜ୍ଜୀବିତ କରିବାରେ ଫକୀରମୋହନଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତବ୍ୟରେ କହିଥିଲେ।
ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶ ଜେନା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଗବେଷକ ଡ. ସ୍ମରଣ ନାୟକ, ଓଡ଼ିଆ ଭାଷା ସାହିତ୍ୟ ପର୍ଯ୍ୟଟନ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାକୁ ବ୍ୟାସକବିଙ୍କ ଅବଦାନ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ସଦର ବିଧାୟକ ମଦନମୋହନ ଦତ୍ତ ଯୋଗଦେଇ ଫକୀରମୋହନଙ୍କର ସାହିତ୍ୟ ରଚନା ଆଜି ଓଡ଼ିଆ ଜାତି ପ୍ରତି ସର୍ବଶ୍ରେଷ୍ଠ ଅବଦାନ ବୋଲି କହିଥିଲେ। ବିଶିଷ୍ଟ ସାହିତି୍ୟକ ଡ. ହରିଶ୍ଚନ୍ଦ୍ର ବେହେରା ପ୍ରାକ୍‌ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଅତିଥିଙ୍କ ପକ୍ଷରୁ ବ୍ୟାସକବିଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଭାଷା ବନ୍ଦନା ଗାନ କରାଯାଇଥିଲା। ସାନ୍ଧ୍ୟକାଳୀନ କାର୍ଯ୍ୟକ୍ରମରେ ନାଟ୍ୟକାର ମୀନା କୁମାରୀ ସାମଲଙ୍କ ରଚନା ଓ ନିର୍ଦ୍ଦେଶନାରେ ସତ୍ୟସାଇ ଶିକ୍ଷାନୁଷ୍ଠାନର କଳକାରଙ୍କ ପକ୍ଷରୁ ନାଟକ ‘ସଲାମ’ ମଞ୍ଚସ୍ଥ ହୋଇଥିଲା। ଦୀର୍ଘ ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଅନୁଷ୍ଠାନ ପକ୍ଷରୁ ପ୍ରାକ୍ତନ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡ. ଭାଗବତ ପ୍ରସାଦ ଦାସ, ଅଞ୍ଜଳି ପଣ୍ଡା, ପ୍ରଦୀପ ଚାଟାର୍ଜୀ, ଦୀପକ ବୋଷ, ତପନ ରାୟ, କଲ୍ୟାଣୀ ନନ୍ଦ, ରଞ୍ଜନ ବାଗ, ଡ. ସନାତନ ଦାସ, ନିବାରଣ ଜେନା, ଅରୁଣା ରାୟ, ଶରତ କୁମାର ମହାପାତ୍ର, ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଡ. ରମାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଘର୍‌ୟ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri