ଫକୀରମୋହନଙ୍କ ଫଟୋ ଥିବା ଡାକ ଟିକଟ ଉନ୍ମୋଚିତ

ବାଲେଶ୍ୱର ଅଫିସ,୬ା୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫକୀରମୋହନଙ୍କ ଫଟୋ ଥିବା ଡାକ ଟିକଟ ଉନ୍ମୋଚିତ କରିଛନ୍ତି। ଶନିବାର ମଧ୍ୟାହ୍ନରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବକୁ ମନ୍ତ୍ରୀ ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମଦନ ମୋହନ ଦତ୍ତ, କେନ୍ଦ୍ର ସରକାରଙ୍କ ଡାକ ବିଭାଗର ସହକାରୀ ନିର୍ଦ୍ଦେଶକ ଭୀଷଭ ପବନ ପତି, ମୁଖ୍ୟ ପୋଷ୍ଟ ମାଷ୍ଟର ଓଡ଼ିଶା ବିଭାଗ ସନ୍ତୋଷ କୁମାର କମିଳା, ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧୁମିତା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟୀ ଦାସ ଅଧିକାରୀ ସଭାପତିତ୍ୱ କରିଥିଲେ।